ବାହାନଗା ଟ୍ରେନ ଟ୍ରାଜେଡି: ସିଗନାଲିଂ ତ୍ରୁଟିରୁ ହୋଇଛି ଦୁର୍ଘଟଣା, ମାସେ ପରେ ଆସିଲା ରିପୋର୍ଟ
ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ୍ ମାଷ୍ଟର ଦାୟୀ । ଏଭଳି ସାଂଘାତିକ ତଥ୍ୟ ଆସିଛି ସିଆରଏସ୍ ରିପୋର୍ଟରୁ । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି ।
ବାଲେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣା ପାଇଁ ଷ୍ଟେସନ୍ ମାଷ୍ଟର ଦାୟୀ । ଏଭଳି ସାଂଘାତିକ ତଥ୍ୟ ଆସିଛି ସିଆରଏସ୍ ରିପୋର୍ଟରୁ । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । ରେଲୱେ ସେଫଟି କମିଶନର ରିପୋର୍ଟରେ ଏହା କୁହାଯାଇଛି । ଷ୍ଟେସନ୍ ମାଷ୍ଟରଙ୍କ ଅବହେଳା ହିଁ ଦୁର୍ଘଟଣାର କାରଣ । ସିଗନାଲ ଓ ଟେଲିକମ୍ ବିଭାଗର ତ୍ରୁଟିକୁ ତଦନ୍ତ ରିପୋର୍ଟରେ ଦର୍ଶା ଯାଇଛି । ତେବେ ଟ୍ରାକ୍୍ରେ କୌଣସି ତ୍ରୁଟି ନଥିଲା ।
ଗତ ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ୍ ବଜାର ଠାରେ ଏକାଥରେ ତିନିଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୯୪ ଜଣ ପ୍ରାଣ ହରାଇଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ । ସିଗନାଲିଂରେ ତ୍ରୁଟି ଥିବା ନେଇ ଷ୍ଟେସନ୍ ମାଷ୍ଟର ଧ୍ୟାନ ଦେଇ ନଥିଲେ କି ଏ ନେଇ କୌଣସି ପଦକ୍ଷେପ ନେଇନଥିଲେ । ଯାହାଫଳରେ ଏତେବଡ଼ ଦୁର୍ଘଟଣା ଘଟିଗଲା ବୋଲି ସିଆରଏସ୍ ରିପୋର୍ଟରେ କୁହାଯାଇଛି ।.