Below header

ଇଏ ମା’ ନା ପିଶାଚୀ ! କଳହ ହେବାରୁ ନିଜ ଝିଅ ଏବଂ ନାବାଳକ ପୁଅକୁ ଦେଇଥିଲା ବିଷ

ଖୋଲିଲା ବହୁ ଚର୍ଚ୍ଚିତ ଟିଟିଆ ବିଲ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉପରୁ ପରଦା । ମାଆ ସାଜିଲା ପିଶାଚୀ । ଭୁଲିଗଲା ସମ୍ପର୍କ ।

ଉଦଳା(କେନ୍ୟୁଜ୍): ଖୋଲିଲା ବହୁ ଚର୍ଚ୍ଚିତ ଟିଟିଆ ବିଲ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ରହସ୍ୟ। ସେହି ଘଟଣାରେ ଯୁବତୀଙ୍କ ମୃତ୍ୟୁ ପଛର କାର୍ପଟଦାର ଖୋଦ୍‌ ମୃତକଙ୍କ ମାଆ । ମାଆ ସାଜିଲା ପିଶାଚୀ । ଭୁଲିଗଲା ସମ୍ପର୍କ । ଏଇ ଦୁନିଆରେ ଗୋଟେ ସନ୍ତାନ ପାଇଁ ଯଦି ସବୁଠାରୁ ସୁରକ୍ଷିତ ସ୍ଥାନ କିଛି ଥାଏ ତେବେ ତାହା ହେଉଛି ତା ମାର କୋଳ । ହେଲେ ସେହି ମା’ ଯଦି ପିଶାଚୀ ସାଜିବ ତେବେ ପରିଣାମ କଣ ହେବ ଭାବିଲା ବେଳକୁ ଛାତି ଥରିଉଠୁଛି ।

ତେବେ ଏମିତି ଗତ ଜୁନ୍‌ ୧୩ ତାରିଖ ଦିନ ଘଟିଥିଲା । ଘରେ ମା ଏବଂ ଝିଅଙ୍କ ମଧ୍ୟରେ କଳହ ହେବାରୁ ନିଜ ଝିଅ ଏବଂ ନାବାଳକ ପୁଅକୁ ଦେଇଥିଲା ବିଷ । ହେଲେ ସୌଭାଗ୍ୟ କାରଣରୁ ନାବାଳକ ଜଣକ ବଂଚିଯାଇଥିବା ବେଳେ ଝିଅର ହୋଇଥିଲା ମୃତ୍ୟୁ । ତେବେ ଦୀର୍ଘ ୧୫ ଦିନର ତଦନ୍ତ ପରେ ପୋଲିସ୍‌ ଖୋଲିଛି ପୁରା ଘଟଣାର ରହସ୍ୟ।

ଗତ ୧୩ ତାରିଖ ଖୁଂଟା ଥାନା ଟିଟିଆ ଗ୍ରାମ ନିକଟ ବିଲରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଯୁବତୀଙ୍କ ମୃତଦେହ ନିକଟରେ ଜଣେ ନାବାଳକ ସଂଜ୍ଞାହୀନ ଅବସ୍ଥାରେ ପଡିଥିଲେ । ପୋଲିସ୍‌ ନାବାଳକକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ୧୫ ଦିନର ତଦନ୍ତ ପରେ ପୋଲିସ୍‌ ସାମ୍ନାକୁ ଆସିଲା ସାଂଘାତିକ ସତ ।

ମୃତକ ଯୁବତୀ ରଇବାରୀ ସିଂଙ୍କ ବିଧବା ମାଆ ମଙ୍ଗୁଳି ସିଂ ୪ ମାସର ଗର୍ଭବତୀ ରହିଛନ୍ତି । ମଙ୍ଗୁଳିଙ୍କ ସ୍‌ୱାମୀଙ୍କ ଦେହାନ୍ତ ଦୀର୍ଘ ବର୍ଷରୁ ହୋଇସାରିଛି । ଜୁନ ୧୨ ତାରିଖରେ କୌଣସି କାରଣକୁ ନେଇ ଉଭୟ ମୃତକ ରଇବାରୀ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ମା ମଙ୍ଗୁଳି ନିଜ ଝିଅ ରଇବାରୀ ଏବଂ ନାବାଳକକୁ ସାଙ୍ଗରେ ନେଇ ଟିଟିଆ ଗ୍ରାମକୁ ଆସିଥିବା ବେଳେ ପୂର୍ବରୁ କିଣି ରଖିଥିବା ବିଷ ଉଭୟ ଝିଅ ଏବଂ ନାବାଳକ ପୁଅକୁ ଖୁଆଇଥିଲା ।

ଝିଅ ରଇବାରୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ନାବାଳକ ପୁଅ ଗୁରୁତର ହୋଇଥିଲା । ଏପଟେ କାଣ୍ଡ ଭିଆଇବା ପରେ ମଙ୍ଗୁଳି ସିଂ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ୍‌ ଖୋଜାଖୋଜି କରି ତଦନ୍ତ କରିବା ପୁରା ଘଟଣା ସାମ୍ନାକୁ ଆସିଛି । ତେବେ କେଉଁ କାରଣରୁ ପ୍ରକୃତରେ କଳହ ହୋଇଥିଲା ଏବଂ କାହିଁକି ଅନ୍ତଚିରି ଜନ୍ମ ଦେଇଥିବା ମାଆ ପିଶାଚୀ ସାଜିଲା ତାହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.