ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର, ତଦନ୍ତ ଜାରି

ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର ହୋଇ ଯାଇଛନ୍ତି ।

ଖୋର୍ଦ୍ଧା (କେନ୍ୟୁଜ): ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗେଷ୍ଟହାଉସ୍‌କୁ ଆସିଥିଲେ । ପରେ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରିଛି ।

ଘଟଣାସ୍ଥଳରୁ ପୁରୁଷ ବନ୍ଧୁ ଫେରାର ହୋଇ ଯାଇଛନ୍ତି । ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି କା ତାଙ୍କୁ ମାରି ଝୁଲାଇ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଯଦି ଆତ୍ମହତ୍ୟା ତେବେ କାରଣ କଣ ? କାହିଁକି ଘଟଣାସ୍ଥଳରୁ ଫେରାର୍‌ ହେଲେ ପୁରୁଷ ବନ୍ଧୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ତଦନ୍ତ କରୁଛି । ଗେଷ୍ଟହାଉସରୁ ମୃତଦେହ ଉଦ୍ଧାର ହୋଇଥିବା ରୁମକୁ ସିଲ୍‌ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.