ମଦ ଠାରୁ ଅଧିକ ନିଶା ଦେଇଥାଏ ଲାଲ୍ ମହୁ, ସମଗ୍ର ଦୁନିଆରେ ରହିଛି ଭିନ୍ନ ଚାହିଦା
ଲାଲ୍ ମହୁ ତିଆରି କରିବା ପାଇଁ ହିମାଳୟ କ୍ଲିଫ୍ ମହୁମାଛି ବିଷାକ୍ତ ଫଳରୁ ରସ ସଂଗ୍ରହ କରିଥାଏ । ଏହି ମହୁ ଅତ୍ୟଧିକ ନିଶାଯୁକ୍ତ ହୋଇଥାଏ । ଏହା ସହିତ ଏହି ମହୁରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଏହି କାରଣରୁ ସାରା ବିଶ୍ୱରେ ଲାଲ୍ ମହୁର ଚାହିଦା ଅଧିକ ରହିଛି ।
ମହୁ ବିଷୟରେ ତ ଆପଣ ସମସ୍ତେ ନିଶ୍ଚିତ ଜାଣିଥିବେ । ମହୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ମହୁ ବ୍ୟବହାର କରାଯାଏ । ଘରର ବଡ଼ ଲୋକମାନଙ୍କ କହିବା ଅନୁସାରେ ମହୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଥାଏ । କିନ୍ତୁ, ଆପଣ କେବେ ଲାଲ୍ ମହୁ ବିଷୟରେ ଶୁଣିଛନ୍ତି କି? ଏହା ଏପରି ମହୁ ଯାହା ଏକ କୌଣସି ନିଶା ଠାରୁ କମ୍ ନୁହେଁ । ଏହା ବିଶ୍ୱର ବୃହତ୍ତମ ମହୁମାଛି ଦ୍ୱାରା ପ୍ରସ୍ତୁତ ହୋଇଥାଏ, ଯାହାର ନାମ ହିମାଳୟ କ୍ଲିଫ୍ ମହୁମାଛି । ତେବେ ଆସନ୍ତୁ ଜାଣିବା ଏହି ମହୁର କଣ ବିଶେଷତା ରହିଛି ।
ଲାଲ୍ ମହୁ ତିଆରି କରିବା ପାଇଁ ହିମାଳୟ କ୍ଲିଫ୍ ମହୁମାଛି ବିଷାକ୍ତ ଫଳରୁ ରସ ସଂଗ୍ରହ କରିଥାଏ । ଏହି ମହୁ ଅତ୍ୟଧିକ ନିଶାଯୁକ୍ତ ହୋଇଥାଏ । ଏହା ସହିତ ଏହି ମହୁରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଏହି କାରଣରୁ ସାରା ବିଶ୍ୱରେ ଲାଲ୍ ମହୁର ଚାହିଦା ଅଧିକ ରହିଛି । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ଲାଲ୍ ମହୁ ବହୁତ ଉପକାରୀ ହୋଇଥାଏ । କିନ୍ତୁ ଏହି ମହୁରୁ ଅଧିକ ନିଶା ହେଉଥିବାରୁ ଲାଲ୍ ମହୁର ଚାହିଦା ଅଧିକ ରହିଛି ।
ନେପାଳର ବହୁ ଦୂର ଅଞ୍ଚଳରେ ଲାଲ ମହୁ ମିଳିଥାଏ । ଏହି ମହୁ ବିଷୟରେ ଅନ୍ୟ ଏକ ବିଶେଷ କଥା ହେଉଛି ଏହାକୁ ବାହାର କରିବା ବହୁତ କଷ୍ଟ । କୌଣସି ସାଧାରଣ ମହୁ ବାହାର କରିବା ତୁଳନାରେ ଲାଲ୍ ମହୁ ବାହାର କରିବା ଅଧିକ ବିପଜ୍ଜନକ ହୋଇଥାଏ । ଗୁରୁଙ୍ଗ ଜନଜାତିର ଲୋକମାନେ ଏହାକୁ ବହୁ ପରିଶ୍ରମ କରି ବାହାର କରନ୍ତି । ଲାଲ୍ ମହୁ ବାହାର କରିବା ପାଇଁ ପ୍ରଥମେ ଜଣେ ବ୍ୟକ୍ତି ଏକ ଦଉଡି ସାହାଯ୍ୟରେ ଅନେକ ଫୁଟ ଉଚ୍ଚକୁ ଉଠିଥାନ୍ତି, ପରେ ମହୁମାଛି ମାନଙ୍କୁ ଧୂଆଁ ସାହାଯ୍ୟରେ ଘଉଡାଇ ଦେଇଥାନ୍ତି । ଅନେକ ସମୟରେ ମହୁ ବାହାର କରିବାକୁ ଯାଇଥିବା ବ୍ୟକ୍ତି ମହୁମାଛି ଆକ୍ରମଣର ଶିକାର ହୋଇଥାନ୍ତି ।
ଲାଲ୍ ମହୁର ନିଶା ଏବିସ୍ନ୍ଥେ ସହ ସମାନ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏବିସ୍ନ୍ଥେ ଏପରି ଏକ ବିଷାକ୍ତ ପାନୀୟ ଯାହା ଅନେକ ଦେଶରେ ନିଷେଧ କରାଯାଇଛି । ଏହା ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ ଯେ ଯଦି କେହି ଲାଲ୍ ମହୁକୁ ଅଧିକ ଖାଆନ୍ତି ତେବେ ତାଙ୍କର ହୃଦଘାତ ହୋଇପାରେ । ଏହି ମହୁ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯାଏ । ତେଣୁ ଏହାର ଚାହିଦା ବହୁତ ଅଧିକ ରହିଛି ।