ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜଙ୍କୁ ଚିଠି ଲେଖିଲେ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ

ଶ୍ରୀମନ୍ଦିର ସୁରକ୍ଷା ଓ ନିରାପତ୍ତା ସହ ଭକ୍ତଙ୍କ ଭାବାବେଗ ଜଡ଼ିତ ଥିବାରୁ ଏନେଇ ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁ ଶ୍ରୀମନ୍ଦିର ପରିଚାଳନା କମିଟି।

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜଙ୍କୁ ଚିଠି । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜଙ୍କୁ ଚିଠି ଲେଖି ନିବେଦନ କରିଚନ୍ତି। ଶ୍ରୀମନ୍ଦିର ସୁରକ୍ଷା ଓ ନିରାପତ୍ତା ସହ ଭକ୍ତଙ୍କ ଭାବାବେଗ ଜଡ଼ିତ ଥିବାରୁ ଏନେଇ ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁ ଶ୍ରୀମନ୍ଦିର ପରିଚାଳନା କମିଟି।

ପୂର୍ବରୁ ଭିତର ରତ୍ନଭଣ୍ଡାରର ନିରୀକ୍ଷଣ ନେଇ ଏଏସଆଇ ରିକ୍ୟୁଜିସନ ଦେଇଛି। କାହିଁକି ଏହି ଘଟଣାକୁ ପରିଚାଳନା କମିଟିର ଏଜେଣ୍ଡାରେ ଆଲୋଚନା ପାଇଁ ଉପସ୍ଥାପନ କରାଯାଇନାହିଁ ବୋଲି ଚିଠିରେ ପ୍ରଶ୍ନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଏହା ସହ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ନେଇ ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.