ମଣିପୁର ହିଂସାକୁ ନେଇ ଆଜି ପୁଣି ଚାଲି ପାରିଲାନି ପାର୍ଲାମେଣ୍ଟ, ଉଭୟ ଗୃହରେ ହଙ୍ଗାମା

ଚାଲି ପାରୁନି ସଂସଦ । ମଣିପୁର ହିଂସାକୁ ନେଇ ଆଜି ପୁଣି ଚାଲି ପାରିଲାନି ପାର୍ଲାମେଣ୍ଟ । ଉଭୟ ରାଜ୍ୟସଭା ଓ ଲୋକସଭାରେ ହଙ୍ଗାମା ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ବାରମ୍ବାର ମୁଲତବୀ ହୋଇଥିଲା ଗୃହ କାର୍ଯ୍ୟ ।

ଅଚଳାବସ୍ଥା ଲାଗି ରହିବାରୁ ଆସନ୍ତା ସୋମବାର ଯାଏ ରାଜ୍ୟସଭା ଓ ଲୋକସଭା ମୁଲତବୀ ହୋଇଛି । ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ରଖିବାକୁ ବିରୋଧୀ ଦାବି କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କିଛି ବିରୋଧୀ ଦଳ ଆଲୋଚନା କରିବାକୁ ଚାହୁଁନାହାନ୍ତି ।

ମଣିପୁର ଘଟଣା ଦେଶ ପାଇଁ ଲଜ୍ଜାଜନକ । ଘଟଣାରେ ପ୍ରଧାନମନ୍ତ୍ରୀ ଗଭୀର କ୍ଷୋଭ ପ୍ରକଟ କରିଛନ୍ତି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମଣିପୁର ଘଟଣାକୁ ନେଇ ସରକାର ଆଲୋଚନା ଚାହୁଁଥିବା ବେଳେ ବିରୋଧୀ ଏହାକୁ ଗୁରୁତର ସହ ନେଉନଥିବା କହିଛନ୍ତି ରାଜନାଥ ସିଂହ । ସେ ନାହାଁନ୍ତି

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.