ଭୁବନେଶ୍ୱରକୁ ଆବର୍ଜନାମୁକ୍ତ କରିବ “ଟିମ୍ ସାଇନ୍”, ବିଏମସି ଗଠନ କଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ
ବାହାରେ ଅଳିଆ ପକାଉଥିଲେ ସାବଧାନ! ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭରମେଂଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିବେ ଭୁବନେଶ୍ୱର ମେୟର ଓ କମିଶନର ।
ଭୁବନେଶ୍ୱର (କେନ୍ୟୁଜ): ସ୍ମାର୍ଟସିଟି ଭୁବନେଶ୍ୱରରେ ଅଳିଆ ଆବର୍ଜନା ନେଇ ନାନାଦି ସମସ୍ୟା ଦେଖାଯାଉଛି । ଏନେଇ ବାରମ୍ବାର ସଚେତନ କରାଯିବା ପରେ ଲୋକଙ୍କୁ ତାଗିଦ୍ କରିବା ପାଇଁ ବିଏମ୍ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ ‘ଟିମ୍ ସାଇନ’ । ଟିମ୍ ସାଇନ ଅର୍ଥାତ ସାନିଟେସନ ଏବଂ ହାଇଜିନ୍ ଇନିସପେକ୍ସନ ଫର୍ ନିଟ୍ ଏନଭରମେଂଟ । ଆଜି ଏହାର ବିଧିବଦ୍ଧ ଶୁଭାରମ୍ଭ କରିବେ ଭୁବନେଶ୍ୱର ମେୟର ଓ କମିଶନର । ରାଜଧାନୀରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରହିବେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବେ । ଏହି ଟିମର ସଦସ୍ୟମାନେ ଗଳିକନ୍ଦି ବୁଲି ବୁଲି ଯାଞ୍ଚ କରିବେ । ପରିବେଶ ସଫାସୁତୁରା ରଖିବା ପାଇଁ ଲୋକଙ୍କୁ ସଚେତନ କରିବା ସହ କେହି ଘର ସାମ୍ନାରେ ଅଳିଆ ପକାଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ ।
Team SHINE(Sanitation & Hygiene Inspection for Neat Environment) was launched today by Hon’ble Mayor @MayorofBBSR in presence of Deputy Mayor, Police Commissioner @cpbbsrctc, BMC Commissioner, DCP Bhubaneswar @dcpbbsr, Standing Committee chairman, Addl. Comms, ZDCs 1/2 pic.twitter.com/vMZNW0Lnfr
— BMC (@bmcbbsr) August 13, 2023
ପ୍ରତି ଟିମର ନେତୃତ୍ୱ ନେବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ଏହି ଅବସରରେ ବିଏମସି ଟିମ ସାଇନ ବା ଏନଫୋର୍ସମେଣ୍ଟ ଟିମର ରୋଡ଼ ସୋ ଅନୁଷ୍ଠିତ ହୋଇଛି । ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ବିଏମସି ଅଫିସ ଯାଏଁ ରୋଡ ସୋ କରାଯାଇଛି । ରାଲି ମାଧ୍ୟମରେ ରାଜଧାନୀ ବାସିନ୍ଦାଙ୍କୁ ସାନିଟେସନ୍ ନେଇ ସଚେତନ କରିବାକୁ ପ୍ରୟାସ କରାଯାଇଛି ।