Below header

୨୭ ସପ୍ତାହର ଗର୍ଭବତୀ, ଭ୍ରୁଣ ନଷ୍ଟ କରିବାକୁ ଅନୁମତି ଦେଇଥିଲେ ହାଇକୋର୍ଟ…ହେଲେ ଜୀବନ୍ତ ଜନ୍ମ ନେଲା ଶିଶୁ

ମୁମ୍ବାଇରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ନିକଟରେ ହାଇକୋର୍ଟ ଜଣେ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ହେଲେ ଗର୍ଭପାତ ସମୟରେ ହିଁ ଶିଶୁ ଜୀବନ୍ତ ଅବସ୍ଥାରେ ଜନ୍ମ ହୋଇଥିଲା।

ମୁମ୍ବାଇରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ନିକଟରେ ହାଇକୋର୍ଟ ଜଣେ ମହିଳାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ହେଲେ ଗର୍ଭପାତ ସମୟରେ ହିଁ ଶିଶୁ ଜୀବନ୍ତ ଅବସ୍ଥାରେ ଜନ୍ମ ହୋଇଥିଲା। ମହିଳା ୨୭ ସପ୍ତାହର ଗର୍ଭବତୀ ଥିଲେ।

ମହିଳାଙ୍କର କିଛି ଶାରୀରିକ ସମସ୍ୟା ଥିଲା। ଏହାସହ ହାର୍ଟରେ ଛିଦ୍ର ଥିବାରୁ ସମସ୍ୟା ବହୁତ ଗମ୍ଭୀର ଥିଲା। ତେଣୁ ଡାକ୍ତର ତାଙ୍କୁ ବହୁତ ଜଲ୍‌ଦି ଗର୍ଭପାତ କରାଇବାକୁ କହିଥିଲେ। ଯେହେତୁ ଏହା ଏକ ବିରଳ ମାମଲା ଥିଲା, ଏଥିପାଇଁ କୋର୍ଟଙ୍କ ଅନୁମତି ଜରୁରୀ ଥିଲା। ଆଇନଗତ ଭାବେ ସର୍ବାଧିକ ୨୪ ସପ୍ତାହର ଭ୍ରୁଣକୁ ନଷ୍ଟ କରିବାର ଅନୁମତି ରହିଛି। କିନ୍ତୁ ମହିଳାଙ୍କ ପେଟରେ ଭ୍ରୁଣର ବୟସ ଥିଲା ୨୭ ସପ୍ତାହ।

ମହିଳାଙ୍କ ହାର୍ଟରେ ଛିଦ୍ର ସହିତ ଅନ୍ୟାନ୍ୟ ସମସ୍ୟା ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିଲା। ଡାକ୍ତରଙ୍କ ପରାମର୍ଶ ପରେ ଗର୍ଭପାତର ଅନୁମତି ପାଇଁ ମହିଳା ଏବଂ ତାଙ୍କ ସ୍ୱାମୀ ବମ୍ବେ ହାଇକୋର୍ଟରେ ପହଞ୍ଚି ଥିଲେ। କୋର୍ଟରେ ମହିଳାଙ୍କର ସମ୍ପୂର୍ଣ୍ଣ ସ୍ଥିତି ବିଷୟରେ ଉଲ୍ଲେଖ କରାଯାଇଥିଲା ଏବଂ ଡାକ୍ତରୀ ରିପୋର୍ଟ ହସ୍ତାନ୍ତର କରାଯାଇଥିଲା। ପୂରା ରିପୋର୍ଟ ଦେଖିବା ପରେ କୋର୍ଟ ଗର୍ଭପାତର ଅନୁମତି ଦେଇଥିଲେ।

ଏହାପରେ ଗତ ୯ ତାରିଖରେ ବିଏମ୍‌ସି ଓକିଲ ସାଗର ପାଟିଲ କୋର୍ଟରେ ସୂଚନା ଦେଇଥିଲେ ଯେ ମହିଳା ୪୮୪ ଗ୍ରାମର ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍‌ ଅଛି। କିନ୍ତୁ କୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଉଭୟ ମା’ ଓ ଛୁଆଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.