ଟ୍ରାଫିକ ପୋଲିସଙ୍କୁ ରକ୍ଷା କରିବ ଏସି ହେଲମେଟ, ଆରମ୍ଭ ହେଲା ଟ୍ରାଏଲ

ଟ୍ରାଫିକ ପୋଲିସଙ୍କ ପାଇଁ ଆସିଛି ଏସି (ଶୀତତାପ ନିୟନ୍ତ୍ରୀତ) ହେଲମେଟ୍‌ । ଏହାକୁ ତେଲେଙ୍ଗାନା ଓ ଗୁଜରାଟରେ ଟ୍ରାଏଲ ଭାବେ ବ୍ୟବହାର କରାଯାଇଛି । ଯଦି ଟ୍ରାଏଲ ଠିକ ରହେ, ଟ୍ରାଫିକ ପୋଲିସଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ ।

ହାଇଦ୍ରାବାଦ : ଟ୍ରାଫିକ ପୋଲିସଙ୍କ ପାଇଁ ଆସିଛି ଏସି (ଶୀତତାପ ନିୟନ୍ତ୍ରୀତ) ହେଲମେଟ୍‌ । ଏହାକୁ ତେଲେଙ୍ଗାନା ଓ ଗୁଜରାଟରେ ଟ୍ରାଏଲ ଭାବେ ବ୍ୟବହାର କରାଯାଇଛି । ଯଦି ଟ୍ରାଏଲ ଠିକ ରହେ, ଟ୍ରାଫିକ ପୋଲିସଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ ।

ପ୍ରଚଣ୍ଡ ଖରାରେ ଡ୍ୟୁଟି କରିବା ବଡ କଷ୍ଟଦାୟକ । ହେଲେ ଟ୍ରାଫିକ ପୋଲିସମାନେ ଖରାଦିନେ ଅସହ୍ୟ ଖରାରେ ଘଣ୍ଟା ଘଣ୍ଟା ଖରାରେ ଡ୍ୟୁଟି କରିଥାନ୍ତି । ପୋଲିସମାନଙ୍କୁ ଖରା ଓ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଏବେ ଆରମ୍ଭ ହେବାକୁ ଯାଉଛି ଏସି ହେଲମେଟ୍‌ ବ୍ୟବସ୍ଥା । ଫଳରେ ଦୀର୍ଘ ସମୟ ଧରି ଖରା ଓ ପ୍ରଦୂଷଣରେ ଠିଆ ହୋଇ ଡ୍ୟୁଟି କରିବା ବେଳେ ଟ୍ରାଫିକ ପୋଲିସମାନଙ୍କୁ ଏହି ଏସି ହେଲମେଟ ରକ୍ଷା କରିବ ।

ଏହି ବ୍ୟବସ୍ଥା ତେଲେଙ୍ଗାନାରେ ଆରମ୍ଭ ହୋଇସାରିଲାଣି । ଏବେ ଗୁଜୁରାଟରେ ଟ୍ରାଏଲ ଭାବରେ ଆରମ୍ଭ ହେବାକୁ ଯାଉଛି । ଏସି ହେଲମେଟରେ ଏପରି ବ୍ୟବସ୍ଥା ରହିଛି, ଯାହାକୁ ଥରେ ମାତ୍ର ୨ ଘଣ୍ଟା ଯାଏ ଚାର୍ଜ କଲେ ୮ ଘଣ୍ଟା ଯାଏ ଏହା କାମ କରିବ । ଏହାକୁ ମୁଣ୍ଡରେ ଦେଲେ ଏହା ଥଣ୍ଡା ପବନ ଦେଇ ମୁଣ୍ଡକୁ ଥଣ୍ଡା ରଖିବ ।

ସାଧାରଣତଃ ପୋଲିସଙ୍କୁ ବର୍ଷାଦିନେ ରେନି କୋଟ ଓ ଶୀତ ଦିନେ ଜ୍ୟାକେଟ ମିଳିଥାଏ । ହେଲେ ଖରା ଦିନେ ପ୍ରଚଣ୍ଡ ଖରାରେ ମଧ୍ୟ ଟ୍ରାଫିକ ପୋଲିସ କେବଳ ଟୋପି ଦେଇ ରହିଥାନ୍ତି । ପରୀକ୍ଷାମୂଳକ ଭାବେ ଏହି ଏସି ହେଲମେଟ ଗୁଜୁରାଟ ଓ ତେଲେଙ୍ଗାନାରେ ଆରମ୍ଭ ହୋଇଛି । ଏସି ହେଲମେଟ ଏକ ସାଧାରଣ ହେଲମେଟ ଭଳି । ଏଥିରେ ମଟର ଫିଟିଂ ହୋଇ ଥଣ୍ଡା ପବନ ଆସିବାର ବ୍ୟବସ୍ଥା ରହିଛି । ଯଦି ଏହା ଠିକ୍‌ ଠାକ୍‌ କାମ କରେ ଆଗାମୀରେ ଏହାକୁ ଟ୍ରାଫିକ ପୋଲିସ ବ୍ୟବହାର କରିବେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.