ପୂର୍ବ ଶତ୍ରୁତା: ସାଙ୍ଗକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ବନ୍ଧୁ

ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ। ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଳଜଙ୍ଗ ପଞ୍ଚାୟତ ଚାରିବାଟିଆ ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସାଗର ନାୟକ।

ଜଗତସିଂହପୁର (କେନ୍ୟୁଜ): ଯୁବକଙ୍କୁ ପିଟିପିଟି ହତ୍ୟା। ଜଗତସିଂହପୁର ଥାନା ଚାରବାଟିଆ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ମୃତ ଯୁବକ ସାଗର ନାୟକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ସାଗର ଘରୁ ବାହାରକୁ ଯାଇଥିବାବେଳେ ସେହି ଗାଁର ପ୍ରତାପ ବେହେରା ଓ ଦିଲୁ ସାମଲ ତାଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆରେ ସାଗରଙ୍କୁ ପିଟିଥିଲେ। ଫଳରେ ସାଗରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସାଗରଙ୍କ ବାପା ଟାଉନ ଥାନା ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଟାଉନଥାନା ପୋଲିସ ଦିଲୁ ସାମଲକୁ ଗିରଫ କରିଛି। ପ୍ରତାପ ବେହେରା ଘଟଣା ପରେ ଫେରାର ହୋଇଯାଇ ଥିବା ବେଳେ ତାଙ୍କ ଶ୍ବଶୁର ଘରେ ଚଢାଉ କରି ପ୍ରତାପଙ୍କ ସ୍ତ୍ରୀ ଓ ଶଳାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

 

 

Leave A Reply

Your email address will not be published.