ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଦେଶ ପଛୁଆ ରହିଛି : ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ବର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେଜ୍ରିୱାଲ । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ କହିଛନ୍ତି, ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ଦେଶ ପଛୁଆ ରହିଛି। ଭାରତ ପରେ ସ୍ୱାଧୀନତା ଲାଭ କରିଥିବା ଦେଶଗୁଡ଼ିକ ବିକଶିତ ହୋଇଛନ୍ତି । ହେଲେ ଆମେ ହୋଇ ପାରି ନାହୁଁ । ଦିଲ୍ଲୀ ମଡେଲ କଥା କହିଛନ୍ତି କେଜ୍ରିୱାଲ । ଦିଲ୍ଲୀ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥା ବଦଳାଯିବା ସହ କମ୍‌ ଦରରେ ବିଜୁଳି ଯୋଗାଇ ଦିଆଯାଉଛି। ଓଡ଼ିଶାବାସୀ ଚାହିଁଲେ ଆମ ଆଦମୀ ପାର୍ଟି ନିର୍ବାଚନ ଲଢି ସରକାର କରିବ ବୋଲି କହିଛନ୍ତି କେଜ୍ରିୱାଲ।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି କେଜରିୱାଲ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆପ୍‌ କର୍ମୀମାନେ ତାଙ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଧାରଣାରେ ବସିଥିବା ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ମଧ୍ୟ ସେ ଭେଟିଛନ୍ତି । କେଜ୍ରିୱାଲଙ୍କ ଓଡ଼ିଶା ଗସ୍ତ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Leave A Reply

Your email address will not be published.