ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ, କଟକରେ ରନ୍‌ ଫର୍ ୟୁନିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ଜାତୀୟ ଏକତା ଦିବସ । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ । ଏହି ଉପଲକ୍ଷେ କଟକରେ ଆୟୋଜିତ ହେଉଛି ବିଶାଳ ଗଣ ଦୌଡ଼ "ରନ୍‌ ଫର୍ ୟୁନିଟି"। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।

କଟକ (କେନ୍ୟୁଜ): ଆଜି ଜାତୀୟ ଏକତା ଦିବସ । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ । ଏହି ଉପଲକ୍ଷେ କଟକରେ ଆୟୋଜିତ ହେଉଛି ବିଶାଳ ଗଣ ଦୌଡ଼ “ରନ୍‌ ଫର୍ ୟୁନିଟି” (RUN FOR UNITY) । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।

ଏହା ସହ ଗଣ ଦୌଡ଼ରେ ସହରର ବହୁ ବୁଦ୍ଧିଜୀବୀ, କଲେଜ ଛାତ୍ର ଛାତ୍ରୀ ଏବଂ ଯୁବ ସଂଗଠନ ଯୋଗ ଦେଇଛନ୍ତି। କଲେଜ ଛକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ନିକଟସ୍ଥ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ସହରର ହଜାର ହଜାର ଯୁଵକ, ଯୁଵତୀ ଏହି ରନ୍ ଫର୍ ୟୁନିଟି ମାରାଥନରେ ଯୋଗ ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave A Reply

Your email address will not be published.