Below header

ଶସ୍ତା ରିଚାର୍ଜ ପ୍ଲାନରେ ମିଳୁଛି ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପ୍ସନ, ଜାଣନ୍ତୁ କେତେ ରହିଛି ଦାମ୍‌

ଯଦି ଆପଣ ମଧ୍ୟ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପ୍ସନ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଆପଣ ଲୋକପ୍ରିୟ OTT ପ୍ଲାଟଫର୍ମ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପସନ୍‌ ପାଇପାରିବେ । କିନ୍ତୁ ଯଦି ଆପଣ ନେଟଫ୍ଲିକ୍ସ ପ୍ଲାନ୍‌ ନିଅନ୍ତି ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ ।

ଯଦି ଆପଣ ମଧ୍ୟ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପ୍ସନ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଆପଣ ଲୋକପ୍ରିୟ OTT ପ୍ଲାଟଫର୍ମ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପସନ୍‌ ପାଇପାରିବେ । କିନ୍ତୁ ଯଦି ଆପଣ ନେଟଫ୍ଲିକ୍ସ ପ୍ଲାନ୍‌ ନିଅନ୍ତି ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ । ତେବେ ନେଟଫ୍ଲିକ୍ସର ଏକ ମାସର ଷ୍ଟାଣ୍ଡାର୍ଡ ପ୍ଲାନ୍‌ ୪୯୯ ଟଙ୍କା ଏବଂ ବାର୍ଷିକ ପ୍ଲାନ ୫,୯୮୮ ଟଙ୍କା । ଏପରି ପରିସ୍ଥିତିରେ ଏହି ପ୍ଲାନ୍‌ ଆପଣଙ୍କୁ ମହଙ୍ଗା ନିଶ୍ଚିତ ଲାଗିବ । ଏଥିରୁ ବଞ୍ଚିବା ପାଇଁ, ଆପଣ ଏପରି କିଛି ରିଚାର୍ଜ ପ୍ଲାନ୍‌ ଗୁଡ଼ିକରେ ଫ୍ରି ସବସ୍କ୍ରିପସନ୍‌ ର ମଜା ନେଇ ପାରିବେ।

Jio ୩୯୯ ପ୍ଲାନ
ଜିଓର ଏହି ରେଣ୍ଟଲ୍‌ ପ୍ଲାନ୍‌ ୭୫ ଜିବି ଡାଟା ଅଫର କରେ । ଏହା ବ୍ୟତୀତ ଏହି ପ୍ଲାନରେ ଅନଲିମିଟେଡ ଭଏସ୍ କଲିଂ ଏବଂ ପ୍ରତ୍ୟେକ ଦିନ ୧୦୦ SMS ସହିତ ଜିବି ପିଛା ୧୦ ଟଙ୍କା ଚାର୍ଜ କରେ । OTT ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏଥିରେ ନେଟଫ୍ଲିକ୍ସ (ମୋବାଇଲ୍ ପ୍ଲାନ) ଏବଂ ଆମାଜନ ପ୍ରାଇମ୍ ମେମ୍ବରସିପ୍‌ ସାମିଲ ରହିଛି ।

Jio ୫୯୯ ପ୍ଲାନ୍‌ :
ଏହି ପ୍ଲାନରେ ଆପଣଙ୍କୁ ମୋଟ ୧୦୦ ଜିବି ଡାଟା ମିଳିବ । ଏହା ବ୍ୟତୀତ ଆପଣ ପ୍ରତି ଜିବି ପାଇଁ ୧୦ ଟଙ୍କା, ଅନଲିମିଟେଡ ଭଏସ୍ କଲିଂ, ପ୍ରତିଦିନ ୧୦୦ଟି SMS ପାଇପାରିବେ । ଫ୍ରି OTT ସବସ୍କ୍ରିପସନ୍ ବଣ୍ଡଲରେ ଆପଣଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ୍ ମିଳିବ ।

Jio ୯୯୯ ଟଙ୍କା ପ୍ଲାନ୍‌ :
ଏହି ପ୍ଲାନରେ ଆପଣ ୨୦୦ ଜିବି ଡାଟା ପାଇପାରିବ ଏବଂ ଏହା ପରେ ଆପଣ ଫ୍ୟାମିଲି ପ୍ଲାନ ଅନୁସାରେ ତିନୋଟି ଜିଓ ସିମ୍ ସହିତ ଜିବି ପିଛା ୧୦ ଟଙ୍କା ଚାର୍ଜ ହେବ । ଅନ୍ୟ ସମସ୍ତ ପ୍ଲାନଗୁଡିକ ପରି ଏହି ପୋଷ୍ଟପେଡ୍ ରିଚାର୍ଜ ପ୍ଲାନ୍‌ ଆପଣଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଜିଓ ଆପ୍ସର ଫ୍ରି ସବସ୍କ୍ରିପସନ୍‌, ଅନଲିମିଟେଡ୍‌ ଭଏସ୍ କଲିଂ ଏବଂ ପ୍ରତିଦିନର ୧୦୦ SMS ପାଇଁ ଅଫର ଦେଇଥାଏ ।

ସୂଚନା ଥାଉ କି ସମସ୍ତ ରିଚାର୍ଜ ପ୍ଲାନଗୁଡିକ ପୋଷ୍ଟପେଡ୍ ପ୍ଲାନ୍ସ ଏବଂ ଯଦି ଆପଣ ଚାହାଁନ୍ତି ତେବେ ଆପଣ ନିଜ ପାଇଁ ୧,
।୪୯୯ ଟଙ୍କାର ପ୍ଲାନ୍‌ ମଧ୍ୟ ନେଇପାରିବେ । ଏଥିରେ ଆପଣଙ୍କୁ ୩୦୦ ଜିବି ଡାଟା ମିଳିବ । ଅନଲିମିଟେଡ୍‌ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ SMS ମିଳିବ । ଏହି ପ୍ଲାନରେ ଆପଣଙ୍କୁ OTTର ଡବଲ୍ ଡୋଜ ମିଳିବ । ଏହି ପ୍ଲାନରେ ଆପଣ ଉଭୟ ନେଟଫ୍ଲିକ୍ସ ଏବଂ ଆମାଜନର ଫ୍ରି ସବସ୍କ୍ରିପସନ୍‌ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.