ଶସ୍ତା ରିଚାର୍ଜ ପ୍ଲାନରେ ମିଳୁଛି ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପ୍ସନ, ଜାଣନ୍ତୁ କେତେ ରହିଛି ଦାମ୍
ଯଦି ଆପଣ ମଧ୍ୟ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପ୍ସନ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଆପଣ ଲୋକପ୍ରିୟ OTT ପ୍ଲାଟଫର୍ମ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପସନ୍ ପାଇପାରିବେ । କିନ୍ତୁ ଯଦି ଆପଣ ନେଟଫ୍ଲିକ୍ସ ପ୍ଲାନ୍ ନିଅନ୍ତି ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ ।

ଯଦି ଆପଣ ମଧ୍ୟ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପ୍ସନ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ଆପଣ ଲୋକପ୍ରିୟ OTT ପ୍ଲାଟଫର୍ମ ନେଟଫ୍ଲିକ୍ସର ଫ୍ରି ସବସ୍କ୍ରିପସନ୍ ପାଇପାରିବେ । କିନ୍ତୁ ଯଦି ଆପଣ ନେଟଫ୍ଲିକ୍ସ ପ୍ଲାନ୍ ନିଅନ୍ତି ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ । ତେବେ ନେଟଫ୍ଲିକ୍ସର ଏକ ମାସର ଷ୍ଟାଣ୍ଡାର୍ଡ ପ୍ଲାନ୍ ୪୯୯ ଟଙ୍କା ଏବଂ ବାର୍ଷିକ ପ୍ଲାନ ୫,୯୮୮ ଟଙ୍କା । ଏପରି ପରିସ୍ଥିତିରେ ଏହି ପ୍ଲାନ୍ ଆପଣଙ୍କୁ ମହଙ୍ଗା ନିଶ୍ଚିତ ଲାଗିବ । ଏଥିରୁ ବଞ୍ଚିବା ପାଇଁ, ଆପଣ ଏପରି କିଛି ରିଚାର୍ଜ ପ୍ଲାନ୍ ଗୁଡ଼ିକରେ ଫ୍ରି ସବସ୍କ୍ରିପସନ୍ ର ମଜା ନେଇ ପାରିବେ।
Jio ୩୯୯ ପ୍ଲାନ
ଜିଓର ଏହି ରେଣ୍ଟଲ୍ ପ୍ଲାନ୍ ୭୫ ଜିବି ଡାଟା ଅଫର କରେ । ଏହା ବ୍ୟତୀତ ଏହି ପ୍ଲାନରେ ଅନଲିମିଟେଡ ଭଏସ୍ କଲିଂ ଏବଂ ପ୍ରତ୍ୟେକ ଦିନ ୧୦୦ SMS ସହିତ ଜିବି ପିଛା ୧୦ ଟଙ୍କା ଚାର୍ଜ କରେ । OTT ବେନିଫିଟ୍ସ ବିଷୟରେ କହିବାକୁ ଗଲେ ଏଥିରେ ନେଟଫ୍ଲିକ୍ସ (ମୋବାଇଲ୍ ପ୍ଲାନ) ଏବଂ ଆମାଜନ ପ୍ରାଇମ୍ ମେମ୍ବରସିପ୍ ସାମିଲ ରହିଛି ।
Jio ୫୯୯ ପ୍ଲାନ୍ :
ଏହି ପ୍ଲାନରେ ଆପଣଙ୍କୁ ମୋଟ ୧୦୦ ଜିବି ଡାଟା ମିଳିବ । ଏହା ବ୍ୟତୀତ ଆପଣ ପ୍ରତି ଜିବି ପାଇଁ ୧୦ ଟଙ୍କା, ଅନଲିମିଟେଡ ଭଏସ୍ କଲିଂ, ପ୍ରତିଦିନ ୧୦୦ଟି SMS ପାଇପାରିବେ । ଫ୍ରି OTT ସବସ୍କ୍ରିପସନ୍ ବଣ୍ଡଲରେ ଆପଣଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ୍ ମିଳିବ ।
Jio ୯୯୯ ଟଙ୍କା ପ୍ଲାନ୍ :
ଏହି ପ୍ଲାନରେ ଆପଣ ୨୦୦ ଜିବି ଡାଟା ପାଇପାରିବ ଏବଂ ଏହା ପରେ ଆପଣ ଫ୍ୟାମିଲି ପ୍ଲାନ ଅନୁସାରେ ତିନୋଟି ଜିଓ ସିମ୍ ସହିତ ଜିବି ପିଛା ୧୦ ଟଙ୍କା ଚାର୍ଜ ହେବ । ଅନ୍ୟ ସମସ୍ତ ପ୍ଲାନଗୁଡିକ ପରି ଏହି ପୋଷ୍ଟପେଡ୍ ରିଚାର୍ଜ ପ୍ଲାନ୍ ଆପଣଙ୍କୁ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଜିଓ ଆପ୍ସର ଫ୍ରି ସବସ୍କ୍ରିପସନ୍, ଅନଲିମିଟେଡ୍ ଭଏସ୍ କଲିଂ ଏବଂ ପ୍ରତିଦିନର ୧୦୦ SMS ପାଇଁ ଅଫର ଦେଇଥାଏ ।
ସୂଚନା ଥାଉ କି ସମସ୍ତ ରିଚାର୍ଜ ପ୍ଲାନଗୁଡିକ ପୋଷ୍ଟପେଡ୍ ପ୍ଲାନ୍ସ ଏବଂ ଯଦି ଆପଣ ଚାହାଁନ୍ତି ତେବେ ଆପଣ ନିଜ ପାଇଁ ୧,
।୪୯୯ ଟଙ୍କାର ପ୍ଲାନ୍ ମଧ୍ୟ ନେଇପାରିବେ । ଏଥିରେ ଆପଣଙ୍କୁ ୩୦୦ ଜିବି ଡାଟା ମିଳିବ । ଅନଲିମିଟେଡ୍ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ SMS ମିଳିବ । ଏହି ପ୍ଲାନରେ ଆପଣଙ୍କୁ OTTର ଡବଲ୍ ଡୋଜ ମିଳିବ । ଏହି ପ୍ଲାନରେ ଆପଣ ଉଭୟ ନେଟଫ୍ଲିକ୍ସ ଏବଂ ଆମାଜନର ଫ୍ରି ସବସ୍କ୍ରିପସନ୍ ପାଇପାରିବେ ।