ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା, ଆସନ୍ତା ୧୫ ପର୍ଯ୍ୟନ୍ତ ଚାଲିବ

ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା। ଆଜି ଠାରୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା।

କଟକ (କେନ୍ୟୁଜ): ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା। ଆଜି ଠାରୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଏହି ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ,କର୍ମଚାରୀମାନଙ୍କୁ ନେଇ ୧୦ ଟି ଟିମ କରାଯାଇଛି। ୧୦ ଟି ସ୍ଥାନରେ ଚାଲିଛି ପ୍ଲଟ ନିଲାମ ପ୍ରକ୍ରିୟା।

ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସଠାରେ ତିନୋଟି ଟିମ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇଟି ଟିମ। ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ଟି ପ୍ଲଟ ପାଇଁ କରିଛନ୍ତି ପଞ୍ଜିକରଣ। ଚଳିତ ବର୍ଷ ବାଲିଯାତ୍ରାରେ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ ଜିଲ୍ଲା ପ୍ରଶାସନ।ତେବେ ଭଲ ବ୍ୟବସାୟ ସହିତ ଲକ୍ଷାଧିକ ଲୋକଙ୍କ ସାମ୍ନାରେ ନିଜ ବ୍ୟବସାୟକୁ ପ୍ରଦର୍ଶନ କରିବାର ଏହା ବଡ଼ ସୁଯୋଗ ବୋଲି ବ୍ୟବସାୟୀ କହିଛନ୍ତି।

Leave A Reply

Your email address will not be published.