ଆଫଗାନୀ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା, ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଲେ ନବୀନ ଉଲ୍‌ ହକ୍‌

ଆଫଗାନିସ୍ତାନର ଫାଷ୍ଟ ବୋଲର ନବୀନ ଉଲ୍‌ ହକ୍‌ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ବିଶ୍ୱକପ ୨୦୨୩ରେ ଆଫଗାନିସ୍ତାନ ବାଦ୍‌ ପଡିବା ପରେ ଇନଷ୍ଟାରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ ଲେଖିଛନ୍ତି, ମୁଁ ପ୍ରଥମ ମ୍ୟାଚରୁ ଆରମ୍ଭ କରି ଶେଷ ମ୍ୟାଚ ପର୍ଯ୍ୟନ୍ତ ଏହି ଜର୍ସିକୁ ଗର୍ବର ସହିତ ପିନ୍ଧିଛି । ସମସ୍ତ ଲୋକଙ୍କୁ ଶୁଭକାମନା ପଠାଇବା ପାଇଁ ବହୁତ ବହୁତ ଧନ୍ୟବାଦ ।

ବିଶ୍ୱକପ ଚାଲିଥିବା ବେଳେ ଆଫଗାନିସ୍ତାନ ଫ୍ୟାନ୍ସଙ୍କୁ ବଡ଼ ଝଟକା । ଆଫଗାନିସ୍ତାନର ଫାଷ୍ଟ ବୋଲର ନବୀନ ଉଲ୍‌ ହକ୍‌ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ବିଶ୍ୱକପ ୨୦୨୩ରେ ଆଫଗାନିସ୍ତାନ ବାଦ୍‌ ପଡିବା ପରେ ଇନଷ୍ଟାରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ନବୀନ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସନ୍ନ୍ୟାସ ନେବା ବିଷୟରେ ଜଣାଇଛନ୍ତି । ସେ ଏକ ଗୀତ ‘ମେଁ ରହୁ ୟା ନ ରହୁ’ ଗୀତ ସହିତ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହା ସହିତ ‘ Thank You’ ଲେଖି ଆଫଗାନିସ୍ତାନୀ ଫ୍ଲାଗର ଇମୋଜି ଲଗାଇଛନ୍ତି ।

 

View this post on Instagram

 

A post shared by Naveen ul haq Murid (@naveen_ul_haq)

ଏହାପରେ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୁଁ ପ୍ରଥମ ମ୍ୟାଚରୁ ଆରମ୍ଭ କରି ଶେଷ ମ୍ୟାଚ ପର୍ଯ୍ୟନ୍ତ ଏହି ଜର୍ସିକୁ ଗର୍ବର ସହିତ ପିନ୍ଧିଛି । ସମସ୍ତ ଲୋକଙ୍କୁ ଶୁଭକାମନା ପଠାଇବା ପାଇଁ ବହୁତ ବହୁତ ଧନ୍ୟବାଦ ।

ନବୀନ କେବଳ ଟି୨୦ କ୍ରିକେଟ ଉପରେ ଫୋକସ କରିବାକୁ ଚାହୁଁଛନ୍ତି । ଆଫଗାନିସ୍ତାନ ପାଇଁ କେବଳ ଟି୨୦ ମ୍ୟାଚ ଖେଳିବେ । ଆଗାମୀ କ୍ୟାରିଅର ପାଇଁ କେବଳ ଟି୨୦ କ୍ରିକେଟରେ ରହି ଖେଳିବାକୁ ଚାହୁଁଛନ୍ତି ।
୨୪ ବର୍ଷୀୟ ନବୀନ ଏପର୍ଯ୍ୟନ୍ତ ୧୫ଟି ଦିନିକିଆ ଖେଳିଛନ୍ତି । ସେ ଏହି ଇନିଂସରେ ୨୨ଟି ଓ୍ଵିକେଟ ନେଇଛନ୍ତି । ଦିନିକିଆ ମ୍ୟାଚରେ ୩୨.୧୮ ପ୍ରତିଶତ ରନରେଟ ରହିଛି ।

Leave A Reply

Your email address will not be published.