ସାରା ତେନ୍ଦୁଲକର ଓ ଶୁଭମନ ଗିଲଙ୍କ ବିବାହକୁ ନେଇ ଚର୍ଚ୍ଚା, ଭାଇରାଲ ହେଉଛି ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଶୁଭମନ ଗିଲ୍ ଓ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ କିଛି ନା କିଛି ଖବର ଆସୁଛି । କିନ୍ତୁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମଧ୍ୟରୁ କେହି ତାଙ୍କର ଏହି ସମ୍ପର୍କକୁ ନେଇ କିଛି କହି ନାହାନ୍ତି ।

ଭାରତୀୟ ଟିମ୍ର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ କେବଳ ତାଙ୍କ ପ୍ରଫେସନାଲ ଲାଇଫ୍ ନୁହେଁ ବରଂ ଲଭ୍ ଲାଇଫ୍କୁ ନେଇ ମଧ୍ୟ ବାରମ୍ବାର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ତେବେ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ପ୍ରତିଦିନ ସୋସିଆଲ ମିଡିଆରେ ଶୁଭମନ ଗିଲ୍ ଓ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ କିଛି ନା କିଛି ଖବର ଆସୁଛି । କିନ୍ତୁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମଧ୍ୟରୁ କେହି ତାଙ୍କର ଏହି ସମ୍ପର୍କକୁ ନେଇ କିଛି କହି ନାହାନ୍ତି । କିଛି ଦିନ ପୂର୍ବରୁ ସାରା ଅଲି ଖାନ୍ କରନ ଜୋହରଙ୍କ ସୋ କଫି ଓ୍ଵିଥ୍ କରନ ସିଜିନ ୮ ରେ କହିଥିଲେ, ଯେ ଶୁଭମନ ଗିଲ୍ ତାଙ୍କୁ ଡେଟ୍ କରୁନାହାନ୍ତି ।
ଏକଥା ଭାଇରାଲ ହେବା ପରେ ଫ୍ୟାନ୍ସ ବିଶ୍ୱାସ କରିଛନ୍ତି, ଯେ ଶୁଭମନ ଗିଲ୍ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଛନ୍ତି । ଏହା ସହ ବର୍ତ୍ତମାନ ଇଣ୍ଟରନେଟରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୟୁଏଇର ଜଣେ ଖେଳାଳି ସେମାନଙ୍କ ସମ୍ପର୍କକୁ ନେଇ କିଛି କହିଛନ୍ତି ଏବଂ ସେମାନଙ୍କ ବିବାହକୁ ନେଇ ମଧ୍ୟ ମତ ଦେଇଛନ୍ତି ।
ସୂଚନା ମୁତାବକ, କିଛି ଦିନ ପୂର୍ବରୁ ହିଁ ସାରା ତେନ୍ଦୁଲକର ଏବଂ ଶୁଭମନ ଗିଲଙ୍କ ଏକ ମର୍ଫେଡ୍ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ସାରା ତାଙ୍କୁ ସାଇଡରୁ ଆଲିଙ୍ଗନ କରୁଥିବା ଦେଖିବା ପାଇଁ ମିଳିଛି । ବର୍ତ୍ତମାନ ୟୁଏଇ ଖେଳାଳି ଚିରାଗ ସୁରୀଙ୍କ ଏକ ଇଣ୍ଟରଭ୍ୟୁର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଶୁଭମନ ଓ ସାରାଙ୍କ ଏକ ଫ୍ୟାନ୍ କ୍ଲବ ସେୟାର କରିଛି । ଏହି ଭିଡିଓରେ ଚିରାଗ ସୁରୀ କେବଳ ତାଙ୍କ ଡେଟ୍ ବିଷୟରେ ନୁହେଁ ବରଂ ତାଙ୍କ ବିବାହ ବିଷୟରେ ମତ ଦେଇଛନ୍ତି ।
ଶୁଭମନ ଏବଂ ସାରାଙ୍କ ସମ୍ପର୍କକୁ ଅଫିସିଆଲ୍ କହୁଥିବା ଚିରାଗ ସୁରୀଙ୍କ ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ଫ୍ୟାନ୍ସ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ଯେ ‘‘ୟେ ତୋ ସାରା କା ସାରା ରାଜ ଖୁଲ୍ ଗୟା’’ ।
ସମାନ ଭାବେ ଅନ୍ୟ ଜଣେ ୟୁଜର ଏପରି ଲେଖିଛନ୍ତି, ଯେ ‘‘ଯଦି ଆପଣ ସାରା ଏବଂ ଗିଲଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କଥାବାର୍ତ୍ତା କରିବାର ସୁଯୋଗ ଦିଅନ୍ତି ତେବେ ଭଲ ହେବ’’ । ସେ ଦୁଇ ଜଣ ଯେତେବେଳେ ରେଡି ହୋଇଯିବେ ସେ ନିଜେ ସାମ୍ନାକୁ ଆସିଯିବେ ’’। ଏହିପରି ଭାବେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୁଁ ଭାବୁଛି ସେ ଏପରି ଏକ ଇଣ୍ଟରନେସନାଲ ପ୍ଲାଟଫର୍ମରେ ଏପରି କଥା କହିବା ଉଚିତ୍ ନୁହେଁ ।