ରାମନଗରୀରେ ଆଜି ଦୀପୋତ୍ସବ, ଏକାସାଙ୍ଗରେ ୨୪ ଲକ୍ଷ ଦୀପ ଜଳି ବିଶ୍ବ ରେକର୍ଡ ହେବ
ଅଯୋଧ୍ୟାରେ ଏଥର ଡବଲ ଦୀପାବଳି । ଗୋଟେ ୧୨ ନଭେମ୍ବର ଆଉ ଗୋଟେ ଜାନୁଆରୀ ୨୨ ତାରିଖରେ ପାଳନ ହେବ । ଦୀପାବଳି ପୂର୍ବରୁ ଆଜି ୨୪ ଲକ୍ଷ ଦୀପ ଜଳି ନୂଆ ରେକର୍ଡ ହେବ । ୨୨ ଜାନୁଆରୀରେ ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ହେବ । ଯାହା ଅଯୋଧ୍ୟା ପାଇଁ ଐତିହାସିକ ମୁହୂର୍ତ୍ତ ।

ଆଜି ଅଯୋଧ୍ୟାରେ ୨୫ ଲକ୍ଷ ଦୀପ ଜଳି ରେକର୍ଡ ହେବ । ଦୀପୋତ୍ସବରେ ଆଜି ପୁଣି ଥରେ ରାମନଗରୀ ଅଯୋଧ୍ୟାରେ ନୂଆ ରେକର୍ଡ ହେବ । ଆଜି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ । ଯାହାକି ଏକ ବିଶ୍ବରେକର୍ଡ । ଗତ ୬ ବର୍ଷ ହେଲାଣି ଅଯୋଧ୍ୟାରେ ଦୀପୋତ୍ସବ ବିଶ୍ୱ ରେକର୍ଡ କରୁଛି । ପ୍ରତିବର୍ଷ ନିଜର ବିଶ୍ୱ ରେକର୍ଡ ଭାଙ୍ଗୁଛି ଅଯୋଧ୍ୟା । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତର ଭାଷା, କଳା ଓ ସଂସ୍କୃତି ବି ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦ ବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କ୍ୟାବିନେଟ ମନ୍ତ୍ରୀ ସାମିଲ ରହିବେ ।
ସରଯୁ କୂଳରେ ଲେଜର ଶୋ ଜରିଆରେ ଶ୍ରୀରାମଙ୍କ ଜୀବନୀ ଉପରେ ଝଲକ ପ୍ରଦର୍ଶିତ ହେବ । ରୁଷ, ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ନେପାଳର କଳାକାର ଦୀପୋତ୍ସବରେ ଉପସ୍ଥିତ ରହିବେ । ସାଧୁସନ୍ଥ ଠାରୁ ଆରମ୍ଭ କରି ସାଧାରଣ ଲୋକ, ରାମଭକ୍ତ ସମସ୍ତେ ରାମମନ୍ଦିର ପ୍ରତିଷ୍ଠା ନେଇ ଉତ୍ସୁକ ରହିଛନ୍ତି । ଚଳିତବର୍ଷ ରାମମନ୍ଦିର ପ୍ରତିଷ୍ଠା ହେବା ନେଇ ଡବଲ ଦୀପାବଳି ସେଲିବ୍ରେସନ ହେବ ।
#WATCH | Ayodhya is all set to hold a grand Deeptosav on the eve of Diwali with over 24 lakh diyas at 51 ghats set to illuminate the city pic.twitter.com/p4cEjJQiCd
— ANI (@ANI) November 11, 2023
ଦୀପାବଳି ଅବସରରେ ଅଯୋଧ୍ୟା ସଜେଇ ହୋଇଛି । ଦୀପୋତ୍ସବ ସୁରକ୍ଷା ପାଇଁ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି । ଚଳିତ ବର୍ଷ ଦୀପୋତ୍ସବରେ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପୁଣିଥରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଏଠାରେ ସଜ୍ଜିତ ଦୀପଗୁଡ଼ିକର ଆକାର ୨୪ ଏମ୍ଏଲ୍ ରହିଛି, ଯେଉଁଥିରେ ସୋରିଷ ତେଲ ପକାଯାଇଛି।
ଅଯୋଧ୍ୟା ରାମ ମନ୍ଦିର ୨୦୨୪ ଜାନୁଆରୀ ୨୨ରେ ଉଦଘାଟନ ହେବ । ୨୨ ତାରିଖ ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ହେବ ଉଦଘାଟନ କାର୍ଯ୍ୟକ୍ରମ । ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ ।