ଜନ୍ମ ହେଲା ୪ ହାତ ଓ ୪ ଗୋଡ଼ ଥିବା ଅଦ୍ଭୁତ ଶିଶୁ, ଜାଣନ୍ତୁ କେଉଁଠାରେ ଘଟିଛି ଏଭଳି ଘଟଣା

ଦମ୍ପତିଙ୍କର ଏହି ଶିଶୁଟି ଏକାଥରେ ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କାରଣ ସାଧାରଣ ଶିଶୁମାନଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ଥାଏ କିନ୍ତୁ ଏହି ଶିଶୁଟି ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି ।

ବାପା ମା’ଙ୍କର ସନ୍ତାନ ଟିଏ ଜନ୍ମ ହେଲେ ତାଙ୍କ ଖୁସି କହିଲେ ନସରେ । ପ୍ରତ୍ୟେକ ବାପା ମା’ ପିଲାଙ୍କ ସୁସ୍ଥ ଜୀବନ କାମନା କରନ୍ତି । କିନ୍ତୁ ନିକଟରେ ଜଣେ ଦମ୍ପତିଙ୍କର ଏପରି ଏକ ସନ୍ତାନ ଜନ୍ମ ହୋଇଛି ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଶିଶୁ ଟି କୌଣସି ସାଧାରଣ ଶିଶୁ ଭାବେ ଜନ୍ମ ହୋଇନି । ଦମ୍ପତିଙ୍କର ଏହି ଶିଶୁଟି ଏକାଥରେ ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କାରଣ ସାଧାରଣ ଶିଶୁମାନଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ଥାଏ କିନ୍ତୁ ଏହି ଶିଶୁଟି ୪ଟି ହାତ ଓ ୪ଟି ଗୋଡ଼ ସହ ଜନ୍ମ ହୋଇଛି । ମହମ୍ମଦ ଇରଫାନ ଏବଂ ରୁକସାନାଙ୍କର ଏଭଳି ଏକ ଅସାଧାରଣ ଶିଶୁ ଜନ୍ମ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ଗାଁ ଲୋକେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନାହାନ୍ତି ଏବଂ ଶିଶୁଟି କୌଣସି ଚମତ୍କାର ଠାରୁ କମ ନୁହେଁ ବୋଲି ଚର୍ଚ୍ଚା ଚାଲିଛି ।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ଘଟିଥିବା ଜଣା ପଡ଼ିଛି । ଏଠାକାର ଜଣେ ମହିଳା ଚାରି ହାତ ଏବଂ ଚାରି ଗୋଡ଼ ସହ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ଯାହାର ଚିକିତ୍ସା ମିରଟ ମେଡିକାଲ କଲେଜରେ କରାଯାଉଛି । ମେଡିକାଲ କଲେଜର ମିଡିଆ ଦାୟିତ୍ୱରେ ଥିବା ଡକ୍ଟର ଭି.ଡି ପାଣ୍ଡେ କହିଛନ୍ତି ଯେ ନଭେମ୍ବର ୬ ରେ ମୁଜାଫରନଗରରେ ଏହି ଦମ୍ପତିଙ୍କର ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା । ପିଲାଟି ଜନ୍ମ ହେବା ପରେ ଜଣା ପଡ଼ିଥିଲା ଯେ ନବଜାତ ଶିଶୁର ଚାରିଟି ହାତ ଏବଂ ୪ଟି ଗୋଡ ରହିଛି ।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ନିଜ ଘରେ ହିଁ ଏଭଳି ଅସାଧାରଣ ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଟିର ୪ ହାତ ଏବଂ ୪ ଗୋଡ ଥିବା ଦେଖି ପରିବାର ସଦସ୍ୟ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ପିଲାକୁ ନେଇ ମୁଜାଫରନଗର ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରୁ ତାକୁ ମିରଟ ମେଡିକାଲ କଲେଜକୁ ପଠାଯାଇଥିଲା । ଯେଉଁଠାରେ ତାର ଚିକିତ୍ସା କରାଯାଉଛି । ମିରଟ ମେଡିକାଲ କଲେଜର ଡାକ୍ତର ନବରତ୍ନ ଗୁପ୍ତା କହିଛନ୍ତି ଯେ ଏଭଳି ଅନେକ ଘଟଣା ପୂର୍ବରୁ ମଧ୍ୟ ଆସିଛି ।

ଡାକ୍ତର ନବରତ୍ନ ଗୁପ୍ତାଙ୍କ କହିବା ଅନୁସାରେ ହସ୍ପିଟାଲରେ ଆଡମିଟ ହେବା ପରେ ଶିଶୁର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା । ତାକୁ ଏକ ଟ୍ୟୁବ୍‌ ସାହାଯ୍ୟରେ ଖାଇବାକୁ ଦିଆଯାଇଥିଲା । ତାର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ ଅଛି । ଡାକ୍ତର ଗୁପ୍ତାଙ୍କ କହିବା ଅନୁସାରେ ଏହି ସମସ୍ୟାଟି ହେଉଛି କୋଜଏନ୍ଡ ଟ୍ଵିନ୍ସ, ଯେଉଁଥିରେ ଦୁଇଟି ଶିଶୁ ପରସ୍ପର ସହ ଯୋଡ଼ି ହୋଇ ଯାଇଥାନ୍ତି ଏବଂ ମା’ର ଗର୍ଭାଶୟରେ ବଢ଼ିଥାନ୍ତି । ଏହି କାରଣରୁ ନବଜାତ ଶିଶୁଟି ଚାରି ଗୋଡ ଏବଂ ଚାରି ହାତ ସହିତ ଜନ୍ମ ହୋଇଛି । ତେବେ ପିଲାଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ଯଦି ଶିଶୁ ଠିକ୍‌ ରୁହେ ତେବେ ସର୍ଜରୀ ଦ୍ୱାରା ଶିଶୁର ଅନ୍ୟ ଦୁଇଟି ହାତ ଏବଂ ଗୋଡ଼କୁ ଅଲଗା କରାଯିବ । ଅନ୍ୟପଟେ ଶିଶୁର ଅଲଟ୍ରାସାଉଣ୍ଟ ହୋଇନଥିବାରୁ ଶିଶୁର ଏଭଳି ଅବସ୍ଥା ବିଷୟରେ ଜଣା ପଡ଼ିନଥିଲା । ଯେଉଁଥିପାଇଁ ଶିଶୁଟି ଏଭଳି ଭାବେ ଜନ୍ମ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.