Below header

ଖସୁଛି ପାରଦ, ବଢୁଛି ଶୀତ : ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା

ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା ରହୁଛି । ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

(କେନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । କୁହୁଡ଼ ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟରେ ୧୫ ଡିଗ୍ରୀ ତଳେ ୫ ସହରର ରାତି ତାପମାତ୍ରା ରହୁଛି ।୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। କୋରାପୁଟ ୧୧.୭, ସିମିଳିଗୁଡା ୧୨, ଦାରିଙ୍ଗବାଡି ୧୩.୫ ଡିଗ୍ରୀ, କିରେଇ ୧୪.୫, ଫୁଲବାଣୀ ୧୫, କଟକ ୨୦, ଭୁବନେଶ୍ୱର ୨୦.୨ ଡିଗ୍ରୀ ରେକର୍ଡ କରାଯାଇଛି।

 

ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ବାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପାଗ କୁହୁଡ଼ିଆ ରହୁଛି । କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି । ଆଗକୁ ଆହୁରି ଶୀତର ପ୍ରକୋପ ବଢ଼ିବ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.