ବିବାହର ୩୨ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ Raymond ମାଲିକ ଗୌତମ ସିଂହାଣିଆ

ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି ଭାରତର ଅରବପତି ବ୍ୟବସାୟୀ ତଥା ରେମଣ୍ଡ ଟେକ୍ସଟାଇଲର ମାଲିକ ଗୌତମ ସିଂହାଣିଆ। ସୋମବାର ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ ଏହି ଦୀପାବଳି ପୂର୍ବଭଳି ନାହିଁ। କହି ରଖୁଛୁ, ୩୨ ବର୍ଷ ଏକାଠି ରହିବା ପରେ ଗୌତମ ସିଂହାଣିଆ ଏବଂ ତାଙ୍କ ପତ୍ନୀ ନୱାଜ ମୋଦି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ନିଜ ପତ୍ନୀଙ୍କଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି ଭାରତର ଅରବପତି ବ୍ୟବସାୟୀ ତଥା ରେମଣ୍ଡ ଟେକ୍ସଟାଇଲର ମାଲିକ ଗୌତମ ସିଂହାଣିଆ। ସୋମବାର ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ ଏହି ଦୀପାବଳି ପୂର୍ବଭଳି ନାହିଁ। କହି ରଖୁଛୁ, ୩୨ ବର୍ଷ ଏକାଠି ରହିବା ପରେ ଗୌତମ ସିଂହାଣିଆ ଓ ତାଙ୍କ ପତ୍ନୀ ନୱାଜ ମୋଦି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ସିଂହାଣିଆ କହିଛନ୍ତି ଯେ ବିବାହର ୩୨ ବର୍ଷ ପରେ ଆମେ ଦୁହେଁ ପରସ୍ପରଠାରୁ ଅଲଗା ହେଉଛୁ ଏବଂ ଏହା ପାରସ୍ପରିକ ସହମତିରେ ହେଉଛି। ଦୁହେଁ ସ୍ୱଇଚ୍ଛାରେ ଅଲଗା ହେବାର ରାସ୍ତା ଆପଣାଉଛୁ। ୫୮ ବର୍ଷୀୟ ସିଂହାଣିଆ ୧୯୯୯ରେ ଭାରତର ସଲିସିଟର ନାଦର ମୋଦିଙ୍କ ଝିଅ ନୱାଜ ମୋଦିଙ୍କୁ ବିବାହ କରିଥିଲେ। ସେ ୮ ବର୍ଷର ସମ୍ପର୍କ ପରେ ୨୯ ବର୍ଷୀୟା ନୱାଜଙ୍କୁ ଜୀବନସାଥୀ କରିଥିଲେ।

Xରେ ସିଂହାଣିଆ ଲେଖିଛନ୍ତି, ‘ଆମ ପାଇଁ ଚଳିତ ବର୍ଷର ଦୀପାବଳି ପୂର୍ବଭଳି ନାହିଁ। ଜଣେ ଦମ୍ପତି ଭାବରେ ୩୨ ବର୍ଷ ଏକାଠି ରହି ଆମେ ମାତାପିତା ରୂପେ ଆଗକୁ ବଢ଼ିଛୁ ଏବଂ ସବୁବେଳେ ପରସ୍ପର ସାଙ୍ଗରେ ଦୃଢ଼ତାର ସହିତ ରହିଆସିଛୁ। ଆମର ପ୍ରତିବଦ୍ଧତା ଏବଂ ଭରସାର ଯାତ୍ରାରେ ଦୁଇଟି ସୁନ୍ଦର ସଂଯୋଗ ମଧ୍ୟ ଆସିଛି’।

ସିଂହାଣିଆ ନିଜ ପୋଷ୍ଟରେ ଦୁଇ ଝିଅଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ଆମେ ଦୁଇଜଣ ଅଲଗା ହୋଇପାରୁ, କିନ୍ତୁ ଦୁଇ ଝିଅ ନିହାରିକା ଓ ନିସା ସିଂହାଣିଆଙ୍କ ଦେଖାଶୁଣା ପୂର୍ବଭଳି ଆମେ ଉଭୟ କରିବୁ। ନିହାରିକା ଓ ନିସାଙ୍କ ପାଇଁ ଯାହା ଭଲ ହେବ, ଆମେ ଦୁହେଁ କରିବୁ’।

Leave A Reply

Your email address will not be published.