ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ, ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା

ଇଟାଲୀର ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା ।

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ । ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା । ଚାରିଆଡ଼କୁ ନିଆଁ ବିଛାଡ଼ି ହୋଇପଡ଼ିଥିଲା । ଏଥିସହ ଜ୍ବାଳାମୁଖରୁ ଲାଭା ବାହାରିଥିଲା ।

ଗତକାଲି ରାତିରେ ହଠାତ ଆଗ୍ନେୟଗିରି ଉଦଗିରଣ ଘଟିଥିଲା । ରାତି ସାରା ଚାଲିଥିଲା ଆଗ୍ନେୟ ଉଦଗିରଣ । ମାଉଣ୍ଟ ଏଟନା ଆଗ୍ନେୟଗିରି ହେଉଛି ୟୁରୋପର ସବୁଠୁ ଉଚ୍ଚ ଓ ଜୀବନ୍ତ ଆଗ୍ନେୟଗିରି । ପୂର୍ବରୁ ଏହି ଆଗ୍ନେୟଗିରିରୁ ଗତ ଅଗଷ୍ଟରେ ଉଦଗିରଣ ହୋଇଥିଲା । ସେତେବେଳେ କାଟାନିଆ ଏୟାରପୋର୍ଟରେ ବିମାନ ଚଳାଚଳକୁ ବନ୍ଦ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.