ହାଇଦ୍ରାବାଦରେ ଭୟଙ୍କର ବିସ୍ଫୋରଣ, ଗିଜର ଅନ୍ କରି ଯାଇଥିଲେ ସପିଂ କରିବାକୁ

ହାଇଦ୍ରାବାଦର ନଲ୍ଲାଗଣ୍ଡଲା ସ୍ଥିତ ଅପର୍ନା ସରୋବର ସୋସାଇଟିର ଏକ ଫ୍ୟାମିଲି ସବୁଦିନ ପରି ଗାଧୁଆ ପାଧୁଆ କରିବା ପାଇଁ ଅନ କରିଥିଲେ ଗିଜର ଏବଂ ତାପରେ ରେଡି ହୋଇ ଚାଲିଯାଇଥିଲେ ଦୀପାବଳି ସପିଂ କରିବାକୁ । କିନ୍ତୁ ଗିଜର ଅଫ କରିବାକୁ ଭୁଲିଗଲେ ଆଉ ତାପରେ ସର୍ଟ ସର୍କିଟ ହୋଇ ହୋଇଥିଲା ଏକ ଭୟଙ୍କର ବିସ୍ଫୋରଣ ।

ଆସିଗଲା ଶୀତଦିନ, ଗାଧେଇବା ପାଇଁ ଦରକାର ଗରମ ପାଣି । ତେଣୁ ଘରେ ସମସ୍ତେ ବ୍ୟବହାର କରିବେ ଗିଜର । ଆପଣ ବି କରୁଛନ୍ତି କି ବ୍ୟବହାର? ତେବେ ହୋଇଯାନ୍ତୁ ସାବଧାନ । ଦର୍ଶକବନ୍ଧୁ ଆମର ଏ କଥା କହିବା ପଛରେ ରହିଛି ଏକ ବିଶେଷ କାରଣ । ଯାହା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କାରଣ ଏହି ଗିଜରକୁ ନେଇ ଘଟିଛି ଏକ ଏଭଳି ଘଟଣା ଯାହା ଏକ ପରିବାରର ଦୀପାବଳିକୁ କରିଛି ଦୁଃଖମୟ । ତେବେ ଆସନ୍ତୁ ଜାଣିବା କଣ ଏହି ଘଟଣା ।

ହାଇଦ୍ରାବାଦର ନଲ୍ଲାଗଣ୍ଡଲା ସ୍ଥିତ ଅପର୍ନା ସରୋବର ସୋସାଇଟିର ଏକ ଫ୍ୟାମିଲି ସବୁଦିନ ପରି ଗାଧୁଆ ପାଧୁଆ କରିବା ପାଇଁ ଅନ କରିଥିଲେ ଗିଜର ଏବଂ ତାପରେ ରେଡି ହୋଇ ଚାଲିଯାଇଥିଲେ ଦୀପାବଳି ସପିଂ କରିବାକୁ । କିନ୍ତୁ ଗିଜର ଅଫ କରିବାକୁ ଭୁଲିଗଲେ ଆଉ ତାପରେ ସର୍ଟ ସର୍କିଟ ହୋଇ ହୋଇଥିଲା ଏକ ଭୟଙ୍କର ବିସ୍ଫୋରଣ । ଯେଉଁଥିରେ ଆପାର୍ଟମେଣ୍ଟର ଦୁଇଟି ରୁମ ସମ୍ପୂର୍ଣ୍ଣ ରୂପେ ଜଳି ନଷ୍ଟ ହୋଇଯାଇଥିଲା । ଥରେ ଭାବନ୍ତୁ ଯଦି ସେତେବେଳେ ରୁମରେ କେହି ଥାନ୍ତା, ତେବେ?

ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ‘X’ ର କ୍ରିଷ୍ଣମୂର୍ଥୀ ନାମକ ଜଣେ ୟୁଜର ସେୟାର କରିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି ଯେ, ‘ ଏକ ଭଲ ସୋସାଇଟିରେ ରହିବାକୁ ହେଲେ କିଛି ଜିନିଷ ମାନିବାକୁ ପଡିଥାଏ । ଗୋଟିଏ ପରିବାର ଗିଜର ସୁଇଚ୍ କରି ଦୀପାବଳି ସପିଂ ପାଇଁ ବାହାରକୁ ଯାଇଥିଲେ । ସର୍ଟ ସର୍କିଟ ଯୋଗୁଁ ଦୁଇଟି ରୁମ ଜଳି ଯାଇଥିଲା ।’

ବର୍ତ୍ତମାନ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ଆସିନାହିଁ । କୁହାଯାଇଥିଲା ଯେ ଏହି ଦୁର୍ଘଟଣା କାରଣ ହେଉଛି ଗୋଟିଏ ପରିବାର ଦୀପାବଳି ସପିଂ ପାଇଁ ଅଜାଣତରେ ଗିଜର ଅନ କରି ଚାଲିଯାଇଥିଲେ । ଦୀପାବଳି ଅବସରରେ ସୋସାଇଟିରେ ଅଧିକ ମାତ୍ରାର ବିଦ୍ୟୁତ ବ୍ୟବହାର ହେଉଥିବାରୁ, ଏହି ସର୍ଟ ସର୍କିଟ ଘଟିଥିଲା ​​। ଏହି ଭିଡିଓ ଅପଲୋଡ୍ ହେବା ପରଠାରୁ ୬.୪୭ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।

ଏଭଳି ଦୁର୍ଘଟଣାରୁ ବଞ୍ଚିବା ପାଇଁ ସର୍ବଦା ଗିଜରର ବ୍ୟବହାର ଠିକ ଭାବରେ କରନ୍ତୁ । ଗିଜର ୟୁଜ ପରେ ଏହାକୁ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ । ନିଜେ ସତର୍କ ରୁହନ୍ତୁ, ଅନ୍ୟକୁ ସତର୍କ କରାନ୍ତୁ ଏବଂ ନିରାପଦ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.