ଶେଷ ହେଉଛି ସଂପର୍କ ମଧ୍ୟରେ ବିଶ୍ବାସ : ସ୍ତ୍ରୀକୁ ୪୦ଥର ଛୁରୀ ଭୁସି ମାରିଲା ସ୍ବାମୀ

ଗୁରୁଗ୍ରାମ : ଧିରେ ଧିରେ ମଣିଷପଣିଆ ଉପରୁ ଉଠଇବାରେ ଲାଗିଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମର ଅଶୋକ ନଗର ଅଞ୍ଚଳରେ। ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ୪୦ରୁ ଊର୍ଦ୍ଧ୍ୱ ଥର ଛୁରୀ ଭୁଶି କରିଛନ୍ତି ହତ୍ୟା। ମୃତ ମହିଳାଙ୍କ ନାମ ବଂଶିକା ଶର୍ମାଙ୍କ ହତ୍ୟା ଶନିବାର ଦିନରୁ ହୋଇଥିବା ଜଣାପଡ଼ିଛି।

ପୋଲିସ ବସୂଚନା ମୁତାବକ , ଏପ୍ରିଲ୍ ୨୦୧୬ରେ ପଙ୍କଜ ଭରଦ୍ୱାଜ ଓ ଭଂଶିକା ଶର୍ମାଙ୍କ ବିବାହ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ମଧୁର ସଂପର୍କ ରହିନଥିବା ବେଳେ ହଂସିକା ସବୁବେଳେ ତାଙ୍କୁ ଗାଳିଗୁଲଜ ଓ ଅପମାନ ଦେଉଥିଲେ। ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ସବୁଦିନ ଝଗଡ଼ା ଲାଗି ରହୁଥିଲା। ଏପରିକି ତାଙ୍କ ଶ୍ବଶୁରଘର ଲୋକେ ମଧ୍ୟ ତାଙ୍କର ନିୟମିତ ଅପମାନ କରୁଥିଲେ। ଯେଉଁଥିରେ ଅଧିଷ୍ଠ ହୋଇ ସେ ଏପରି ଚରମ ପଦକ୍ଷେପ ଉଠାଇଥିଲେ।

ନିଶ୍ଚିତ ପଢ଼ନ୍ତୁ : ଦୁଇ ବର୍ଷ ଧରି ଚାକରାଣୀକୁ ବନ୍ଦୀ କରି ଗଣଦୁଷ୍କର୍ମ କରୁଥିଲେ ଘର ମାଲିକ ଏବଂ ସମ୍ପର୍କୀୟ

ଘଟଣା ପର ଠାରୁ ଭରଦ୍ୱାଜ ନିରୁଦ୍ଦେଶ ଥିବା ବେଳେ ପରେ ଟେକ୍ନିକାଲ୍ ସର୍ଭିଲାନ୍ସ ସହାୟତାରେ ରବିବାର ତାଙ୍କୁ ଲକ୍ଷ୍ମଣ ବିହାର ଅଞ୍ଚଳରୁ ଗିରଫ କରାଯାଇଛି। ସେ ନିଜ ଦୋଷ ସ୍ବୀକାର କରିବା ସହ ଏହାର ପଛର ସମସ୍ତ କାରଣ ବର୍ଣ୍ଣନା କରିଥିଲେ।

Leave A Reply

Your email address will not be published.