ପୁଣି ଗ୍ରାହକଙ୍କ ଉପରେ ପଡ଼ିବକି ବିଦ୍ୟୁତ ବୋଝ ? ଦର ନିର୍ଦ୍ଧାରଣ ପାଇଁ ଆଜିଠୁ ଓଇଆରସିର ଶୁଣାଣି

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଗ୍ରାହକଙ୍କ ଉପରେ ପଡ଼ିବ କି ବିଦ୍ୟୁତ ବୋଝ। ଦର ନିର୍ଦ୍ଧାରଣ ପାଇଁ ଆଜିଠୁ ଓଇଆରସିରେ ଶୁଣାଣି କରାଯିବ। ଓଏଚପିସି ଓ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ପକ୍ଷରୁ ଆସନ୍ତା ଆର୍ଥିକ ବର୍ଷ ପାଇଁ ଆବଶ୍ୟକ ରାଜସ୍ୱ ନେଇ ଯୁକ୍ତି ଉପସ୍ଥାପନ କରାଯିବ। ସେହିପରି ୫ରେ ଗ୍ରୀଡକୋ, ୬ରେ ପିଟିସିଏଲ୍ ଓ ଏସଏଲଡିସିର ଶୁଣାଣି କରାଯିବ।

୭ରେ ନେସ୍କୋ ଏବଂ ୮ରେ ୱେସ୍କୋର ଶୁଣାଣି କରାଯିବ। ୪ଟି ବିଦ୍ୟୁତ୍ ଆବଣ୍ଟନକାରୀ ସଂସ୍ଥାର ଶୁଣାଣି ସମୟରେ ପ୍ରତିପକ୍ଷଙ୍କ ଯୁକ୍ତିକୁ ଆୟୋଗ ବିଚାରକୁ ନେବେ। ଫେବୃୟାରୀ ୧୨ତାରିଖ ପର‌୍ୟ୍ୟନ୍ତ ଶୁଣାଣି ଚାଲିବ। ୨୦ରେ ରାଜ୍ୟ ପରାମର୍ଶଦାତା କମିଟି ସହିତ ଆୟୋଗ ଆଲୋଚନା କରିବା ପରେ ବିଦ୍ୟୁତ୍ ଶ୍‌ୁଳ୍କ ବୃଦ୍ଧି ନେଇ ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.