Below header

ଖୋର୍ଦ୍ଧାରୁ ମାଟି ଏବଂ ଜଳ ନେଇ ଖାଲି ପାଦରେ ଅଯୋଧ୍ୟା ଯାତ୍ରା କଲେ ଯୁବକ

ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ଖୁସି ଆସିଥିବାରୁ ଏହାକୁ ଦେଖି ବିଶ୍ୱର କଲ୍ୟାଣ ସହିତ ଖୋର୍ଦ୍ଧାରେ ଥିବା ତାଡିକି ପାହାଡ଼ରୁ ମାଟି ଏବଂ ବରୁଣେଇ ପାହାଡ଼ରେ ଥିବା ସୀତା କୁଣ୍ଡରୁ ଜଳ ନେଇ ଖାଲି ପାଦରେ ଅଯୋଧ୍ୟା ଯାତ୍ରା ଆରମ୍ଭ କରିଛନ୍ତି ଖୋର୍ଦ୍ଧା କୁମ୍ଭୀଲୋ ଗ୍ରାମର ମନୋଜ କୁମାର ବେହେରା ।

ଖୋର୍ଦ୍ଧା(କେନ୍ୟୁଜ): ଅଯୋଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ମନ୍ଦିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ କିଛିଦିନ ଗଲେ ପ୍ରଭୁ ରାମଚନ୍ଦ୍ର ମନ୍ଦିରରେ ବିରାଯିବେ । ଏହି ଉପଲକ୍ଷେ ସାରା ଭାରତ ଉତ୍ସାହିତ ରହିଛି ଏବଂ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲୁରହିଛି । ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ଖୁସି ଆସିଥିବାରୁ ଏହାକୁ ଦେଖି ବିଶ୍ୱର କଲ୍ୟାଣ ସହିତ ଖୋର୍ଦ୍ଧାରେ ଥିବା ତାଡିକି ପାହାଡ଼ରୁ ମାଟି ଏବଂ ବରୁଣେଇ ପାହାଡ଼ରେ ଥିବା ସୀତା କୁଣ୍ଡରୁ ଜଳ ନେଇ ଖାଲି ପାଦରେ ଅଯୋଧ୍ୟା ଯାତ୍ରା ଆରମ୍ଭ କରିଛନ୍ତି ଖୋର୍ଦ୍ଧା କୁମ୍ଭୀଲୋ ଗ୍ରାମର ମନୋଜ କୁମାର ବେହେରା ।

ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି । ଯେତେ ଯେତେ ତାରିଖ ପାଖେଇ ଆସୁଛି, ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଉତ୍ସାହ ବଢିବାରେ ଲାଗିଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମାରୋହ ୧୬ ଜାନୁଆରୀରୁ ଆରମ୍ଭ ହେବ । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.