ନୂଆବର୍ଷରେ ଭୋଳାନାଥଙ୍କୁ ଲଗାନ୍ତୁ ଏହି ଭୋଗ, ଖୁସିରେ କଟିବ ଆପଣଙ୍କ ଆଗାମୀ ବର୍ଷ

ଏଥର ନୂଆ ବର୍ଷ ସୋମବାର ଠାରୁ ଆରମ୍ଭ ହେଉଛି । ତେଣୁ ଶିବଙ୍କୁ ପୂଜା କରୁଥିବା ବ୍ୟକ୍ତି ବର୍ଷସାରା ଖୁସିରେ ରହିବେ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଯଦି ଆପଣ ସୋମବାର ଶଙ୍କରଙ୍କୁ ଆପଣଙ୍କର ପ୍ରିୟ ଜିନିଷ ପ୍ରଦାନ କରନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହୋଇଥାଏ ଏବଂ ସୁଖ ଆସିଥାଏ ।

ହିନ୍ଦୁ ଧର୍ମରେ ସୋମବାର ଦିନ ଶିବଙ୍କୁ ଉତ୍ସର୍ଗ କରାଯାଇଛି, ତେଣୁ ଭଗବାନ ଶଙ୍କର ଏବଂ ମା’ ପାର୍ବତୀଙ୍କୁ ଏହି ଦିନ ପୂଜା କରାଯାଏ ଏବଂ ତାଙ୍କ ପାଇଁ ଉପବାସ ମଧ୍ୟ କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ ସୋମବାର ପୂଜା କରୁଥିବା ଏବଂ ଉପବାସ କରୁଥିବା ବ୍ୟକ୍ତିଙ୍କ ଜୀବନ ସର୍ବଦା ସୁଖରେ ପରିପୂର୍ଣ୍ଣ ହୋଇଥାଏ । ତେବେ ଏଥର ନୂଆ ବର୍ଷ ସୋମବାର ଠାରୁ ଆରମ୍ଭ ହେଉଛି । ତେଣୁ ଶିବଙ୍କୁ ପୂଜା କରୁଥିବା ବ୍ୟକ୍ତି ବର୍ଷସାରା ଖୁସିରେ ରହିବେ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଯଦି ଆପଣ ସୋମବାର ଶଙ୍କରଙ୍କୁ ଆପଣଙ୍କର ପ୍ରିୟ ଜିନିଷ ପ୍ରଦାନ କରନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହୋଇଥାଏ ଏବଂ ସୁଖ ଆସିଥାଏ । ଏହା ସହିତ ଭଗବାନ ଶିବଙ୍କ ଆଶୀର୍ବାଦ ବର୍ଷସାରା ଆପଣଙ୍କ ଉପରେ ରହିବ । ତେବେ ଆସନ୍ତୁ ଜାଣିବା ନୂଆ ବର୍ଷର ପ୍ରଥମ ଦିନରେ ଭଗବାନ ଶଙ୍କରଙ୍କୁ କେଉଁ ଜିନିଷ ଅର୍ପଣ କରିବା ଉଚିତ୍ ।

୧. ଯଦି ଆପଣ ପ୍ରଭୁ ଶିବଙ୍କୁ ଘିଅ ଏବଂ ଦହି ଅର୍ପଣ କରନ୍ତି, ତେବେ ଏହା ଆପଣଙ୍କ ଜୀବନର ସମସ୍ତ ଦୁଃଖ ଏବଂ ଯନ୍ତ୍ରଣାକୁ ଦୂର କରିବ । ଏହା ସହିତ ଆପଣ ସନ୍ତାନ ପ୍ରାପ୍ତିର ସୁଖ ମଧ୍ୟ ପାଇବେ ।

୨. ଯଦି ଆପଣ ସୋମବାର ଦିନ ଭୋଳାନାଥଙ୍କୁ ସୁଜି ହାଲୁଆ ଭୋଗ ଅର୍ପଣ କରନ୍ତି । ତେବେ ଭକ୍ତର ସମସ୍ତ ମନସ୍କାମନା ପୂରଣ ହୁଏ । ଏଥିପାଇଁ ସୋମବାର ଦିନ ହାଲୁଆ ଭୋଗ ଲଗାଇବା ଉଚିତ୍‌ ।
୩. ଭୋଳା ଶଙ୍କରଙ୍କୁ ଲହୁଣୀର କ୍ଷୀରି ବହୁତ ପସନ୍ଦ, ତେଣୁ ଯଦି ଆପଣ ନୂଆ ବର୍ଷର ପ୍ରଥମ ଦିନରେ ଭଗବାନ ଶଙ୍କରଙ୍କୁ ଲହୁଣୀର କ୍ଷୀରି ଅର୍ପଣ କରନ୍ତି, ତେବେ ସେ ପ୍ରସନ୍ନ ହେବେ ।

୪ . ଯଦି ଆପଣଙ୍କର ବ୍ୟବସାୟରେ କ୍ଷତି ହେଉଛି ତେବେ ସୋମବାର ଶିବଙ୍କ ନିକଟରେ ଭାଙ୍ଗ ଅର୍ପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ ।

୫. ଧାର୍ମିକ ବିଶ୍ୱାସ ଅନୁଯାୟୀ ମାଲପୁଆ ମଧ୍ୟ ଭଗବାନ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ । ତେଣୁ ଯଦି ଆପଣ ନୂଆ ବର୍ଷର ପ୍ରଥମ ଦିନରେ ଶିବଙ୍କୁ ମାଲପୁଆ ଅର୍ପଣ କରନ୍ତି, ତେବେ ଆପଣଙ୍କୁ ଶିବଙ୍କ ଆଶୀର୍ବାଦ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.