ଟ୍ଵିନ ସିଟିରେ ଘନ କୁହୁଡି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଜି ବି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । କିଛି ମିଟରରୁ ବି ଦେଖାଯାଉନି ରାସ୍ତାଘାଟ । ଆଜି ପାଇଁ ୧୧ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଦିଆଯାଇଥିଲା ୟେଲୋ ୱାର୍ଣ୍ଣିଂ ।
ରାଜ୍ୟରେ କମିଛି ଶୀତ । କିନ୍ତୁ କୁହୁଡ଼ିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଘନ କୁହୁଡି । ଆଗାମୀ ୩ ଦିନ ଯାଏ ଜାରି ରହିବ ପ୍ରଭାବ । ଅଧାରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଜାରି ରହିବ । ଆଜି ପାଇଁ ୧୧ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ଦିଆଯାଇଥିଲା ୟେଲୋ ୱାର୍ଣ୍ଣିଂ ।
ଆଜି ବି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । କିଛି ମିଟରରୁ ବି ଦେଖାଯାଉନି ରାସ୍ତାଘାଟ । ସେହିପରି ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା । ତେଣୁ ସତର୍କତା ରଖି ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି । ୫ ତାରିଖ ଯାଏ କୁହୁଡ଼ି ଲୋକଙ୍କୁ ନାକେଦମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ୩ ଦିନ ଯାଏ ପାଗ ଶୁଖିଲା ରହିବ । ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିପାରେ ।
ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀକୁ ଖସିଛି । ଶିମିଳିପାଳ ଅଭୟାରଣ୍ୟରେ ଥିବା ଉପର ବାରାକାମଡାରେ ୪ ଡିଗ୍ରୀ ଏବଂ ଚହଲାରେ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଶିମିଳିପାଳ ସହିତ କରଞ୍ଜିଆ ଉପଖଣ୍ଡର ଶୁକୃଳି ,ରରୁଆ,କରଞ୍ଜିଆ, ଠାକୁରମୁଣ୍ଡା ଏବଂ ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ସହିତ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି ।