କେନ୍ଦୁଝର: ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ , କେହି ମୃତାହତ ହୋଇନଥିବା ସୂଚନା
କେନ୍ଦୁଝର କେ.ଜେ.ଏସ୍ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଆଜି ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ଣ୍ଣେସରେ ପଙ୍କଚର ହୋଇ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା ।
କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର କେ.ଜେ.ଏସ୍ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଆଜି ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ଣ୍ଣେସରେ ପଙ୍କଚର ହୋଇ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା । ଫଳରେ ହାଇୱାର ପଛଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ପୋଲିସ କହିଛି ।ଏନେଇ ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀ ଚାରୁ ଚନ୍ଦ୍ର ନାଏକ କହିଛନ୍ତି ।