‘ପ୍ରୋଜେକ୍ଟ ଚିତା’କୁ ବଡ଼ ସଫଳତା, କୁନୋ ଜାତୀୟ ଉଦ୍ୟାନରେ ଆଶା ଜନ୍ମ ଦେଲା ୩ ଶାବକ

ପ୍ରୋଜେକ୍ଟ ଚିତାକୁ ମିଳିଛି ବଡ଼ ସଫଳତା। କୁନୋରେ ଜନ୍ମ ହେଲେ ୩ ବାଘ ଶାବକ। ନାମିବ୍ୟାରୁ ଆସିଥିବା ମାଈ ଚିତା ‘ଆଶା’ ମା’ ହୋଇଛି। ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୩ ଶାବକକୁ ଜନ୍ମ ଦେଇଛି ଆଶା।

ପ୍ରୋଜେକ୍ଟ ଚିତାକୁ ମିଳିଛି ବଡ଼ ସଫଳତା। କୁନୋରେ ଜନ୍ମ ହେଲେ ୩ ବାଘ ଶାବକ। ନାମିବ୍ୟାରୁ ଆସିଥିବା ମାଈ ଚିତା ‘ଆଶା’ ମା’ ହୋଇଛି। ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୩ ଶାବକକୁ ଜନ୍ମ ଦେଇଛି ଆଶା। କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସରକାରଙ୍କ ଚିତା ପ୍ରୋଜେକ୍ଟର ସଫଳତା ବିଷୟରେ ବର୍ଣ୍ଣନା କରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି, ‘କୁନୋ ଜାତୀୟ ଉଦ୍ୟାନ ୩ ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଛି। ନାମିବ୍ୟାରୁ ଆସିଥିବା ଚିତା ‘ଆଶା’ ଏହି ଶାବକମାନଙ୍କୁ ଜନ୍ମ ଦେଇଛି’। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ପ୍ରୋଜେକ୍ଟ ଚିତାରେ ସାମିଲ ସମସ୍ତ ବିଶେଷଜ୍ଞ, କୁନୋ ବନ୍ୟଜୀବ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କହି ରଖୁଛୁ, ଏହା ପୂର୍ବରୁ ୨୦୨୩ ମାର୍ଚ୍ଚରେ ଜ୍ୱାଳା ନାମ୍ନୀ ଚିତା ଏଠାରେ ୪ ଶାବକଙ୍କୁ ଜନ୍ମ ଦେଇଥିଲା। ହେଲେ ସେଥି ମଧ୍ୟରୁ କେବଳ ଗୋଟିଏ ହିଁ ଜୀବିତ ରହିଥିଲା। ଜ୍ୱାଳାକୁ ମଧ୍ୟ ନାମିବ୍ୟାରୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.