ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପାନ ଓ ଗୁଟଖା ସମ୍ପୂର୍ଣ୍ଣ ନିଷେଧ, ଖୁବ ଶୀଘ୍ର ଲାଗୁ ହେବ ନିୟମ

ଖୁବ ଶୀଘ୍ର ସମଲେଶ୍ୱରୀ ପ୍ରକଳ୍ପ ଉଦଘାଟନ ହେବାକୁ ଯାଉଛି । ଏହି ସମୟରେ ଲୋକଙ୍କୁ ମନ୍ଦିର ଭିତରକୁ କୌଣସି ପ୍ରକାର ମାଦକ ଦ୍ରବ୍ୟ, ପାନ, ଗୁଟଖା ନଆଣିବା ପାଇଁ ନିବେଦନ କରିଛନ୍ତି ମନ୍ଦିର ପ୍ରଶାସନ ।

ଖୁବ ଶୀଘ୍ର ସମଲେଶ୍ୱରୀ ପ୍ରକଳ୍ପ ଉଦଘାଟନ ହେବାକୁ ଯାଉଛି । ମନ୍ଦିରର କାମ ଖୁବ କମ ସମୟ ମଧ୍ୟରେ ସରିବାକୁ ଯାଉଛି । ଏହି ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଉଦଘାଟନ ପରେ ସମଲେଶ୍ୱରୀ ମନ୍ଦିରକୁ ହଜ଼ାର ହଜ଼ାର ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ମନ୍ଦିର ପରିସରକୁ ସଫା ରଖିବା ସମସ୍ତଙ୍କ କର୍ତ୍ତବ୍ୟ ।

ଲୋକଙ୍କୁ ମନ୍ଦିର ଭିତରକୁ କୌଣସି ପ୍ରକାର ମାଦକ ଦ୍ରବ୍ୟ, ପାନ, ଗୁଟଖା ନଆଣିବା ପାଇଁ ମନ୍ଦିର ପ୍ରଶାସନ ନିବେଦନ କରିଛନ୍ତି । ଏହି ନିୟମକୁ ଖୁବ ଶୀଘ୍ର ଲାଗୁ କରାଯିବ ବୋଲି ସୂଚନା ମିଳିଛି । ସେପଟେ ସମଲେଇ ଯୋଜନାର ଉଦଘାଟନ ପାଇଁ ଖୁବଶୀଘ୍ର ନିମନ୍ତ୍ରଣ ପତ୍ର ବଣ୍ଟାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଏବେ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ମାଦକ ଦ୍ରବ୍ୟ ନିଷେଧ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.