ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ଗାଡ଼ି ସହ ହୁ ହୁ ଜଳିଲା ଫ୍ଲାଏଓଭର୍‌

ପଞ୍ଜାବର ଲୁଧିଆନାରେ ଏକ ତେଲ ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଛି। ଟ୍ୟାଙ୍କରଟି ଫ୍ଲାଏଓଭରରେ ଯାଉଥିବା ବେଳେ ହଠାତ୍‌ ଡିଭାଇଡରରେ ପିଟି ହୋଇଯାଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବଡ଼ ବଡ଼ ନିଆଁ ହୁଳା ଆକାଶକୁ ଉଠୁଥିବାର ଦେଖିବାକୁ ମିଳିଥିଲା।

ପଞ୍ଜାବର ଲୁଧିଆନାରେ ଏକ ତେଲ ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଛି। ଟ୍ୟାଙ୍କରଟି ଫ୍ଲାଏଓଭରରେ ଯାଉଥିବା ବେଳେ ହଠାତ୍‌ ଡିଭାଇଡରରେ ପିଟି ହୋଇଯାଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବଡ଼ ବଡ଼ ନିଆଁ ହୁଳା ଆକାଶକୁ ଉଠୁଥିବାର ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣା ପରେ ଆକାଶରେ କଳା ଧୂଆଁ ଛାଇଯାଇଥିଲା।

ସେପଟେ ତେଲ ଟ୍ୟାଙ୍କରରେ ନିଆଁ ଲାଗିବା ପରେ ଫ୍ଲାଏଓଭର ଏବଂ ଆଖପାଖ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଉପୁଜିଥିଲା। ଖବର ପାଇ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ସହିତ ପୋଲିସ ଫୋର୍ସ ମଧ୍ୟ ସେଠାରେ ପହଞ୍ଚିଥିଲା।

ସୂଚନା ମୁତାବକ, ଏହି ଦୁର୍ଘଟଣା ଲୁଧିଆନାର ଖନ୍ନା ଅଞ୍ଚଳ ନିକଟବର୍ତ୍ତୀ ଫ୍ଲାଏଓଭର ବ୍ରିଜ୍‌ରେ ଘଟିଛି। ଅପରାହ୍ନ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚାଲିଛି। ହେଲେ ଏ ପର୍ଯ୍ୟନ୍ତ ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ଖବର ନାହିଁ। ପୋଲିସ ଅଧିକାରୀ କହିଛନ୍ତି, ଘଟଣାସ୍ଥଳରେ ୫ ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି। ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଟ୍ରାଫିକ୍‌କୁ ଡାଏଭର୍ଟ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.