କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ଙ୍କୁ କରୋନା, ରାଜଭବନ ତରଫରୁ ଦିଆଗଲା ସୂଚନା
ରାଜ୍ୟପାଳଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ତାଙ୍କ ସରକାରୀ ବାସଭବନରେ ହୋମ ଆଇସୋଲେସନରେ ଅଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି । ରାଜଭବନ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟପାଳଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ସେ ତାଙ୍କ ସରକାରୀ ବାସଭବନରେ ହୋମ ଆଇସୋଲେସନରେ ଅଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
କରୋନା ପିଜିଟିଭ ବାହାରିବା ପରେ ରାଜ୍ୟପାଳଙ୍କ ସମସ୍ତ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ବାତିଲ୍ କରି ଦିଆଯାଇଛି ।
ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଜାରି ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ୍ର ୪୭୫ଟି ନୂଆ ମାମଲା ସାମ୍ନାକୁ ଆସିଛି । ସକ୍ରିୟ ସଂକ୍ରମଣ ସଂଖ୍ୟା ୩,୯୧୯କୁ ବୃଦ୍ଧି ପାଇଛି।
ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି କେବଳ କର୍ଣ୍ଣାଟକର ବାସିନ୍ଦା । ଅନ୍ୟମାନଙ୍କ ମଧ୍ୟରେ ୨ ଜଣ ଛତିଶଗଡ଼ର ଏବଂ ଜଣେ ଆସାମର ବୋଲି ଜଣାପଡ଼ିଛି । ଏହା ବ୍ୟତୀତ କର୍ଣ୍ଣାଟକ ରାଜ୍ୟରେ ୨୭୯ଟି ନୂଆ କରୋନା ମାମଲା ମଧ୍ୟ ଚିହ୍ନଟ ହୋଇଛି।