୧୭ ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ

୧୬ବର୍ଷ ପୁରି ୧୭ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ । ଆଜି ସପ୍ତମ ବାଟାଲିୟନ ପଡ଼ିଆରେ ୧୬ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଉତ୍ସଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

୧୬ବର୍ଷ ପୁରି ୧୭ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ । ଆଜି ସପ୍ତମ ବାଟାଲିୟନ ପଡ଼ିଆରେ ୧୬ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଉତ୍ସଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅପରାଧ ଦମନ ,ବିଭିନ୍ନ ବଡ଼ ବଡ଼ ଯାତ୍ରା, ହକି ବିଶ୍ୱକପ, ବିଭିନ୍ନ ଆନ୍ତର୍ଜାତୀୟ ଖେଳ , ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଆଦିରେ ପୋଲିସର କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଇ-ଆବେଦନ ପୋଟାଲ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇ- ପୋଟାଲ ଦ୍ଵାରା ଟୁଇନସିଟି ବାସି ୧୯ଟି ଲାଇସେନ୍ସ ପାଇବା ପାଇଁ ଆଉ ଦୌଡିବାକୁ ପଡିବନି । ଘରେ ବସି ଏହି ଲାଇସେନ୍ସ ଆବେଦନ କରିପାରିବେ । ସେହିଭଳି ୟୁନିଫାଏଡ଼ କମାଣ୍ଡ ଓ କଣ୍ଟ୍ରୋଲ ସିଷ୍ଟମ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ କଟକ ଭୁବନେଶ୍ବର କମିଶନରେଟ ପୋଲିସରେ କାମ କରୁଥିବା ଜଣେ ଏସିପି, ଜଣେ ଆଇଆଇସି , ଦୁଇଜଣ ସବ ଇନ୍ସପେକ୍ଟର, ଜଣେ ମହିଳା ଟ୍ରାଫିକ ପୋଲିସ ଓ ଜଣେ ମହିଳା କନେଷ୍ଟବଳ ଙ୍କୁ ଉଲ୍ଲେଖନିୟ ସେବା ପାଇଁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.