Below header

ମାରୁତି ସୁଜୁକିର ବଡ଼ ପ୍ଲାନ୍‌, Tiago EVକୁ ଟକ୍କର ଦେବ ନୂଆ ଇଲେକ୍ଟ୍ରିକ୍‌ କାର୍‌

ପେଟ୍ରୋଲ କାର ବିକ୍ରି କରିବାରେ ମାରୁତି ଏକ ନମ୍ବର ସ୍ଥାନରେ ଅଛି, କିନ୍ତୁ ଏପର୍ଯ୍ୟନ୍ତ କମ୍ପାନୀ କୌଣସି ଇଲେକ୍ଟ୍ରିକ୍‌ କାର ଲଞ୍ଚ କରି ନାହିଁ । କମ୍ପାନୀ ଏହାର ପ୍ରଥମ ଇଲେକ୍ଟ୍ରିକ୍‌ କାର୍ eVX କୁ ଆଗାମୀ ସମୟରେ ଲଞ୍ଚ୍‌ କରିବ, ଯାହା ପୂର୍ବରୁ ଅଟୋ ଏକ୍ସପୋ ୨୦୨୩ରେ ସାମ୍ନାକୁ ଆସିଥିଲା ।

ଦିନକୁ ଦିନ ପେଟ୍ରୋଲ ଦାମ ବଢ଼ୁଛି । ଏନେଇ ଇଲେକ୍ଟ୍ରିକ୍‌ ସ୍କୁଟି ଏବଂ କାରର ଚାହିଦା ବଢ଼ିଚାଲିଛି । ଅନେକ କମ୍ପାନୀ ଇଲେକ୍ଟ୍ରିକ୍‌ କାର୍‌ ବିକ୍ରି କରି ଖୁବ୍‌ ଲାଭବାନ ହେଉଛନ୍ତି । ତେବେ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାରେ ମାରୁତି ସୁଜୁକି ମଧ୍ୟ ପଛରେ ନାହିଁ । ଅନ୍ୟ କାର କମ୍ପାନୀମାନଙ୍କ ଭଳି ମାରୁତି ସୁଜୁକି ମଧ୍ୟ ଖୁବଶୀଘ୍ର ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବ ବୋଲି ପ୍ରସ୍ତୁତ ହେଉଛି ।

ଭାରତର ସବୁଠାରୁ ବଡ କାର କମ୍ପାନୀ ହେଉଛି ମାରୁତି ସୁଜୁକି । କାରଣ ପେଟ୍ରୋଲ କାର ବିକ୍ରି କରିବାରେ ମାରୁତି ଏକ ନମ୍ବର ସ୍ଥାନରେ ଅଛି, କିନ୍ତୁ ଏପର୍ଯ୍ୟନ୍ତ କମ୍ପାନୀ କୌଣସି ଇଲେକ୍ଟ୍ରିକ୍‌ କାର ଲଞ୍ଚ କରି ନାହିଁ । କମ୍ପାନୀ ଏହାର ପ୍ରଥମ ଇଲେକ୍ଟ୍ରିକ୍‌ କାର୍ eVX କୁ ଆଗାମୀ ସମୟରେ ଲଞ୍ଚ୍‌ କରିବ, ଯାହା ପୂର୍ବରୁ ଅଟୋ ଏକ୍ସପୋ ୨୦୨୩ରେ ସାମ୍ନାକୁ ଆସିଥିଲା । ଏହା ବ୍ୟତୀତ ମାରୁତି ଅନ୍ୟ ଏକ ଇଭି ଆଣିବାକୁ ଯାଉଛି ଯାହା ଟାଟା Tiago EVକୁ ଟକ୍କର ଦେବ । କିନ୍ତୁ ଏହି କାର ପାଇଁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । ଆଶା କରାଯାଉଛି ମାରୁତିର ଏହି ଇଲେକ୍ଟ୍ରିକ୍‌ ହ୍ୟାଚବ୍ୟାକ୍ କାର୍‌ ୨୦୨୬ରୁ ୨୦୨୭ ମଧ୍ୟରେ ଲଞ୍ଚ ହେବ । ଏହି କାରଟି eWX କନସେପ୍ଟ ଉପରେ ବେସଡ୍‌ ହେବ, ଯାହା ଜାପାନ ମୋବିଲିଟି ସୋ’ ୨୦୨୩ରେ ସାମ୍ନାକୁ ଆସିଥିଲା ।

ମାରୁତି ସୁଜୁକି ଏକ ନୂଆ EV ଆର୍କିଟେକ୍ଚର ପ୍ରସ୍ତୁତ କରୁଛି, ଯାହାର ନାଁ K-EV ଦିଆଯାଇଛି । ଆଗାମୀ ଇଲେକ୍ଟ୍ରିକ୍ କାର୍ ଏହି ଆର୍କିଟେକ୍ଚରକୁ ନେଇ ପ୍ରସ୍ତୁତ ହେବ ବୋଲି ଜଣା ପଡ଼ିଛି । ଏହି କାରକୁ ସ୍କେଟ୍ ବୋର୍ଡ ପ୍ଲାଟଫର୍ମରେ ପ୍ରସ୍ତୁତ କରାଯିବ । କମ୍ପାନୀର ସିଇଓ ସିଭି ରମଣଙ୍କ କହିବା ଅନୁଯାୟୀ, ମାରୁତି ସୁଜୁକିର ସମସ୍ତ ଇଭିଗୁଡ଼ିକ ‘ବର୍ନ ଇଲେକ୍ଟ୍ରିକ୍’ ହେବ। କାରର ଦାମ୍‌ କମ୍‌ କରିବା ପାଇଁ କମ୍ପାନୀ ଏହି ଗାଡ଼ିଗୁଡିକର ପାର୍ଟ୍ସ କୁ ଲୋକାଲ ମାନ୍ୟୁଫ୍ୟାକ୍ଚର କରିବାକୁ ଚାହୁଁଛି । ଏଥିପାଇଁ ମାରୁତି ୧୦,୦୦୦ କୋଟି ଟଙ୍କା ଇନଭେଷ୍ଟ କରିବାକୁ ଯାଉଛି ।

ଏହା ସହିତ ମାରୁତି ଡେନସୋ ଏବଂ ତୋଷିବା ସହିତ ମିଶି ଏକ ନୂଆ ବ୍ୟାଟେରୀ ପ୍ଲାଣ୍ଟ ସେଟ୍‌ କରିଛି , ଯେଉଁଠାରେ ଏହାର ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍‌ କାର ଗୁଡ଼ିକର ବ୍ୟାଟେରୀ ତିଆରି କରାଯିବ । ଏଥିପାଇଁ ଚୀନର କମ୍ପାନୀ BYD ସହିତ ପାର୍ଟନରସିପ୍‌ ମଧ୍ୟ କରିଛି ।

ଅନ୍ୟପଟେ ଟାଟା କମ୍ପାନୀ ନିକଟରେ ହିଁ ଗୋଟିଏ ବର୍ଷରେ ୧୦ ରୁ ୧୫ ହଜାର ଇଲେକ୍ଟ୍ରିକ୍‌ ଟିଆଗୋ ବିକ୍ରି କରିଛି । ପେଟ୍ରୋଲ ଗାଡ଼ି ଦାମ୍‌ ରେ ଇଲେକ୍ଟ୍ରିକ୍‌ କାର ଆଣିବା ପାଇଁ କମ୍ପାନୀ ଚେଷ୍ଟା କରୁଛି । ମାରୁତି ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ଲାନ୍‌ କରୁଥିବାବେଳେ ଟାଟା ଗ୍ରାହକଙ୍କୁ ଇଲେକ୍ଟ୍ରିକ୍‌ କାର ଯୋଗାଇ ଲୋକଙ୍କ ମନରେ ଭଲ ସ୍ଥାନ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.