ରାମ ମନ୍ଦିର ପାଇଁ ଉଜ୍ଜୈନରୁ ଅଯୋଧ୍ୟା ପଠାଯିବ ୫ ଲକ୍ଷ ଲଡ଼ୁ, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ବଡ଼ ଘୋଷଣା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହାକାଳଙ୍କ ନଗରୀ ଉଜ୍ଜୈନରୁ ୫ ଲକ୍ଷ ଲଡ଼ୁ ଅଯୋଧ୍ୟା ପଠାଯିବ ବୋଲି ଘୋଷଣା କରିଛନ୍ତି । ଏହାକୁ ପ୍ରସାଦ ରୂପେ ବ୍ୟବହାର କରାଯିବ ।

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଛି । ମନ୍ଦିର ଉଦ୍‌ଘାଟନକୁ ନେଇ ଭାରତ ସହିତ ଅନ୍ୟାନ୍ୟ ଦେଶରୁ ବିଭିନ୍ନ ଉପହାର ଆସିବାରେ ଲାଗିଛି । ଏହାରି ଭିତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହାକାଳଙ୍କ ନଗରୀ ଉଜ୍ଜୈନରୁ ୫ ଲକ୍ଷ ଲଡ଼ୁ ଅଯୋଧ୍ୟା ପଠାଯିବ ବୋଲି ଘୋଷଣା କରିଛନ୍ତି । ଏହାକୁ ପ୍ରସାଦ ରୂପେ ବ୍ୟବହାର କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ହଜାର ବର୍ଷ ପୂର୍ବେ ସମ୍ରାଟ ବିକ୍ରମାଦିତ୍ୟ ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରାଇଥିଲେ । ସେହି ମନ୍ଦିରକୁ ୫୦୦ ବର୍ଷ ପୂର୍ବେ ବାବର ଭାଙ୍ଗି ଦେଇଥିଲେ । ଯେତେବେଳେ ପୁଣିଥରେ ମନ୍ଦିର ନିର୍ମାଣ ହେଉଛି, ମଧ୍ୟପ୍ରଦେଶ କେମିତି ପଛରେ ରହିପାରିବ । ଏଥିପାଇଁ ପୂରା ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ ବାବା ମହାକାଳଙ୍କ ନଗରୀ ଉଜ୍ଜୈନରୁ ୫ ଲକ୍ଷ ଲଡ଼ୁ ଅଯୋଧ୍ୟା ପଠାଯିବାକୁ ନିଷ୍ପତ୍ତି ହୋଇଛି ।

ସେ ଆହୁରି କହିଛନ୍ତି, ଆମେ ସୌଭାଗ୍ୟଶାଳୀ ଯେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ ଦେଖିବା । ସୂଚନାଯୋଗ୍ୟ, ନେପାଳର ଜନକପୁରରେ ମା’ ସୀତାଙ୍କ ଜନ୍ମଭୂମିରୁ ଭଗବାନ ରାମଙ୍କ ପାଇଁ ୩ ହଜାରରୁ ଅଧିକ ଉପହାର ଅଯୋଧ୍ୟା ଆସିଛି । ଏହିପରି ଗୁଜରାଟର ଭଡୋଦରାରେ ୧୦୮ ଫୁଟ୍‌ ଲମ୍ବାର ଅଗରବତୀ ତିଆରି କରାଯାଇଛି, ଯାହାର ଓଜନ ରହିଛି ୩୬୧୦ କିଲୋଗ୍ରାମ । ପାଖାପାଖି ୩.୫ ଫୁଟ୍‌ ଚଉଡ଼ାର ଏହି ଅଗରବତୀକୁ ୬ ମାସ ପରିଶ୍ରମ କରି ତିଆରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.