ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବିଦ୍ୟୁତ ସଂଯୋଗ ଦାବିରେ ନୂଆପଡା ଜିଲ୍ଲା ଉଠା ଜଳସେଚନ ବିଭାଗ କାର୍ଯାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା । ଦୀର୍ଘଦିନରୁ ଖୋଳା ହୋଇଥିବା ଡିପ୍ ବୋରୱେଲରେ ତୁରନ୍ତ ବିଦ୍ୟୁତ ସଂଯୋଗ ଦାବିରେ ଶତାଧିକ ଚାଷୀଙ୍କ ଧାରଣା ।

ନୂଆପଡା (କେନ୍ୟୁଜ୍‌) : ବିଦ୍ୟୁତ ସଂଯୋଗ ଦାବିରେ ନୂଆପଡା ଜିଲ୍ଲା ଉଠା ଜଳସେଚନ ବିଭାଗ କାର୍ଯାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା। ଦୀର୍ଘଦିନରୁ ଖୋଳା ହୋଇଥିବା ଡିପ୍ ବୋରୱେଲରେ ତୁରନ୍ତ ବିଦ୍ୟୁତ ସଂଯୋଗ ଦାବିରେ ଶତାଧିକ ଚାଷୀଙ୍କ ଧାରଣା । ଚାଷୀ ନେତା ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ଵରେ ବୋଇରଭାଡି, କୋଦୋମେରୀ, ସିଆଲଟି, ଦର୍ଲିମୁଣ୍ଡା, ବିଶୋରା, ଗୋଡଫୁଲା, ମାଗୁରପାଣି, ଲୁକୁପାଲି ପ୍ରମୁଖ ଗାଁର ଶତାଧିକ ଚାଷୀ ଜିଲ୍ଲା ଉଠା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଦୀର୍ଘମାସ ହେଲା ଚାଷୀମାନେ ଜମିରେ କୂଅ ଖୋଳିବା ସହ ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫରମର ଓ ତାର ଟାଣି ସାରିଛନ୍ତି । ବିଦ୍ୟୁତ ସଂଯୋଗ ନହେବାରୁ ଚାଷୀ ଜଳସେଚନ ପାଇବାରୁ ବଞ୍ଚିତ ହୋଇଛନ୍ତି। ରବି ଧାନ ଚାଷ କରିବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ବିଜୁଳି ସଂଯୋଗ ନହେଲେ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିବାକୁ ଚାଷି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.