ଜାଲ୍ ନିଯୁକ୍ତି ପତ୍ର ନେଇ ଚାକିରି ପାଇଁ ଅନୁରୋଧ କରୁଥିଲେ ଯୁବତୀ, ଥାନାରେ ଅଟକ
ବଲାଙ୍ଗିରରେ ପୁଣି ନକଲି ନଯୁକ୍ତି ପତ୍ର । ଥାନାରେ ଯୁବତୀ ଅଟକ । ବଲାଙ୍ଗିର DWO ଅଫିସରେ ଜାଲ ନିଯୁକ୍ତି ପତ୍ର ନେଇ ଚାକିରିରେ ଯୋଗଦେବାକୁ ଅନୁରୋଧ କଲେ ଜଣେ ଯୁବତୀ। ତେବେ ନିଯୁକ୍ତି ପତ୍ରଟି ନକଲି ଥିବା ନେଇ ସନ୍ଦେହ ହେବାରୁ ଵଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କଲେ DWO ।
ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ ପୁଣି ନକଲି ନଯୁକ୍ତି ପତ୍ର । ଥାନାରେ ଯୁବତୀ ଅଟକ । ବଲାଙ୍ଗିର DWO ଅଫିସରେ ଜାଲ ନିଯୁକ୍ତି ପତ୍ର ନେଇ ଚାକିରିରେ ଯୋଗଦେବାକୁ ଅନୁରୋଧ କଲେ ଜଣେ ଯୁବତୀ। ତେବେ ନିଯୁକ୍ତି ପତ୍ରଟି ନକଲି ଥିବା ନେଇ ସନ୍ଦେହ ହେବାରୁ ଵଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କଲେ DWO । ଯୁବତୀ ଜଣକ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ଵଲାଙ୍ଗିର DWO ଅଫିସକୁ ନିଯୁକ୍ତି ପତ୍ର ଧରି ଚାକିରି କରିବାକୁ ଆସିଥିଲେ ।
ଵଲାଙ୍ଗିର ଜିଲ୍ଲାରେ ତୁଷୁରା NAC ହୋଇଥିବା ବେଳେ ନିଯୁକ୍ତି ପତ୍ରରେ ତୁଷୁରା ବ୍ଲକ ବୋଲି ଲେଖା ଥିବାରୁ ଓ ନିର୍ଦେଶକଙ୍କ ଦସ୍ତଖତକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏବେ ଯୁବତୀ ଜଣକ ଥାନାରେ ଅଟକ ଥିବା ସୂଚନା। ତେବେ ଏହି ଘଟଣା କିଭଳି ଜାଣିଲେ ଆଉ କଣ ପଦକ୍ଷେପ ନେଇଛନ୍ତି ଏନେଇ DWOଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଵଲାଙ୍ଗିର ପ୍ରତିନିଧି ଚିତ୍ତରଞ୍ଜନ ମିଶ୍ର ।