Below header

ପ୍ରଧାନମନ୍ତ୍ରୀ ମୋଦି ରାମ ଜନ୍ମଭୂମି ଉପରେ ଜାରି କଲେ ସ୍ମାରକ ଡାକ ଟିକେଟ୍‌, ୪୮ ପୃଷ୍ଠାର ପୁସ୍ତିକା ରିଲିଜ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ସ୍ମାରକ ଡାକ ଟିକେଟ୍‌ ଜାରି କରିଛନ୍ତି । ଏହାସହିତ ପିଏମ୍‌ ସମଗ୍ର ବିଶ୍ୱରେ ଭଗବାନ ରାମଙ୍କ ଉପରେ ଜାରି ଟିକେଟ୍‌ର ଏକ ପୁସ୍ତିକା ମଧ୍ୟ ରିଲିଜ୍‌ କରିଛନ୍ତି । ୪୮ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତିକାରେ ରହିଛି ୨୦ଟି ଦେଶର ଟିକେଟ୍‌ ।

ପିଏମ୍‌ ମୋଦି ମୋଟ ୬ଟି ଡାକ ଟିକେଟ୍‌ ଜାରି କରିଛନ୍ତି, ଯେଉଁଥିରେ ରାମ ମନ୍ଦିର, ଭଗବାନ ଗଣେଶ, ହନୁମାନ, ଜଟାୟୁ, କେଭଟରାଜ ଓ ମା’ ଶବରୀଙ୍କ ଟିକେଟ୍‌ ଅନ୍ତର୍ଭୁକ୍ତ ରହିଛି ।

ଏହି ସମୟରେ ପିଏମ୍‌ ମୋଦି ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି । ମୋଦି କହିଛନ୍ତି, ଆଜି ରାମ ମନ୍ଦିରକୁ ସମର୍ପିତ ୬ଟି ସ୍ୱତନ୍ତ୍ର ଡାକ ଟିକେଟ୍‌ ଜାରି କରାଯାଇଛି । ବିଶ୍ୱର ବିଭିନ୍ନ ଦେଶରେ ରାମଙ୍କ ସହ ଜଡ଼ିତ ଯେଉଁ ଟିକେଟ୍‌ ଜାରି ହୋଇଛି, ତାହାର ଆଲ୍‌ବମ ରିଲିଜ୍‌ କରାଯାଇଛି । ମୁଁ ସମସ୍ତ ରାମଭକ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୋଷ୍ଟାଲ ଷ୍ଟାମ୍ପ୍‌ର ଗୋଟିଏ କାମ ହେଉଛି, ଏହାକୁ ଲଫାଫାରେ ଲଗାଇବା ଏବଂ ଏହା ସାହାଯ୍ୟରେ ଚିଠି, ବାର୍ତ୍ତା କିମ୍ବା କୌଣସି ଜରୁରୀ କାଗଜପତ୍ର ପଠାଇବା । ହେଲେ ଏହି ଷ୍ଟାମ୍ପ୍‌ ଏକ ନିଆରା ଭୂମିକା ମଧ୍ୟ ନିଭାଇଥାଏ । ଏହି ଡାକ ଟିକେଟ୍‌ ବିଚାରଧାରା, ଇତିହାସ ଏବଂ ଐତିହାସିକ ଅବସରଗୁଡ଼ିକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ମାଧ୍ୟମ ପାଲଟିଥାଏ ।

ଏତିକି ନୁହେଁ, ପିଏମ୍‌ ଆହୁରି କହିଥିଲେ କି, ଏହା କେବଳ ଏକ କାଗଜ ଖଣ୍ଡ ନୁହେଁ, ଏହା ଇତିହାସ ପୁସ୍ତକ ଏବଂ ଐତିହାସିକ ମୁହୂର୍ତ୍ତର ଛୋଟିଆ ରୂପ ହୋଇଥାଏ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.