ପୋଷ୍ଟମର୍ଟମ ରିପୋର୍ଟ ଭୁଲ ଥିବା ଅଭିଯୋଗରେ ଡାକ୍ତରଙ୍କ ଉପରେ ଆକ୍ରମଣ
କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଗଜପତି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାଡ ମାରିଲେ ମୃତ ଛାତ୍ରୀଙ୍କ ମାଆ । ମୃତ ଛାତ୍ରୀ ହେଲେ ସୌଦାମିନୀ ।
ଗଜପତି (କେନ୍ୟୁଜ୍) : କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଗଜପତି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାଡ ମାରିଲେ ମୃତ ଛାତ୍ରୀଙ୍କ ମାଆ । ମୃତ ଛାତ୍ରୀ ହେଲେ ସୌଦାମିନୀ । ତାଙ୍କ ମୃତ୍ୟୁ ପରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ମାରିଛନ୍ତି ସୌଦାମିନୀଙ୍କ ମାଆ । ପୋଷ୍ଟମର୍ଟମ ରିପୋର୍ଟ ଭୁଲ୍ ଥିବା କହି ଡାକ୍ତର ରଶ୍ମିକାନ୍ତ ମିଶ୍ରଙ୍କୁ ଆକ୍ରମଣ କରିଛନ୍ତି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପାରଳାଖେମୁଣ୍ଡି ପୋଲିସ।