ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କ ପ୍ରୋଷ୍ଟେଟ୍‌ ଅସ୍ତ୍ରୋପଚାର, ୩ ଦିନ ପରେ ଲଣ୍ଡନ କ୍ଲିନିକ୍‌ରୁ ହେଲେ ଡିସ୍‌ଚାର୍ଜ

ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ପ୍ରୋଷ୍ଟେଟ୍‌ ଅପରେସନ ହୋଇଛି । ୩ ଦିନ ଧରି ଲଣ୍ଡନର ଏକ କ୍ଲିନିକରେ ଭର୍ତ୍ତି ରହିବା ପରେ ସେ ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି ।

ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ପ୍ରୋଷ୍ଟେଟ୍‌ ଅପରେସନ ହୋଇଛି । ୩ ଦିନ ଧରି ଲଣ୍ଡନର ଏକ କ୍ଲିନିକରେ ଭର୍ତ୍ତି ରହିବା ପରେ ସେ ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି । କ୍ଲିନିକରୁ ବାହାରିବା ପରେ ୭୫ ବର୍ଷୀୟ କିଙ୍ଗ୍‌ ଚାର୍ଲ୍ସ ହସି ହସି ଜନତାଙ୍କ ଆଡ଼କୁ ହାତ ହଲାଇଥିଲେ । ଏହି ସମୟରେ ତାଙ୍କ ସହିତ ମହାରାଣୀ କାମିଲା ପାର୍କର ମଧ୍ୟ ଥିଲେ ।

ଚାର୍ଲ୍ସ ହସ୍ପିଟାଲରେ ୩ ରାତି ରହିଥିଲେ । ରବିବାର ଅପରାହ୍ନରେ ମହାରାଣୀ ତାଙ୍କୁ ଭେଟିବା ପାଇଁ ସେଣ୍ଟ୍ରାଲ ଲଣ୍ଡନସ୍ଥିତ ‘ଦ ଲଣ୍ଡନ କ୍ଲିନିକ୍‌’ରେ ପହଞ୍ଚିଥିଲେ । ସେଠାରେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ବିତାଇବା ପରେ ସେ ହସ୍ପିଟାଲରୁ ବାହାରିଥିଲେ । ଚାର୍ଲ୍ସ ତୃତୀୟ ଶୁକ୍ରବାର ହସ୍ପିଟାଲରେ ଆଡ୍‌ମିଟ ହୋଇଥିଲେ ।

ବକିଙ୍ଗ୍‌ଘମ୍‌ ପ୍ୟାଲେସ୍‌ ତରଫରୁ କୁହାଯାଇଛି ଯେ କିଙ୍ଗ୍‌ ଚାର୍ଲ୍ସ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ପର୍ଯ୍ୟନ୍ତ ଆଗାମୀ ସମସ୍ତ ସାର୍ବଜନିକ କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ଟାଳି ଦେଇଛନ୍ତି । ଯଦିଓ ଏହା ସ୍ପଷ୍ଟ ହୋଇନାହିଁ ଯେ କେତେ ଦିନ ଯାଏ ରାଜା ସାର୍ବଜନିକ କାର୍ଯ୍ୟକ୍ରମରୁ ଦୂରେଇ ରହିବେ ।

କହି ରଖୁଛୁ, ଏହାପୂର୍ବରୁ ୱେଲ୍ସର ରାଜକୁମାରୀ କ୍ୟାଥରିନଙ୍କୁ ସେଣ୍ଟ୍ରାଲ ଲଣ୍ଡନର ସମାନ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ଏଠାରେ ଏବ୍‌ଡୋମେନ ଅସ୍ତ୍ରୋପଚାର ପରେ ସେ ଡିସଚାର୍ଜ ହୋଇଥିଲେ । କ୍ଲିନିକରୁ ଡିସଚାର୍ଜ ହେବା ପରେ ରାଜକୁମାରୀ ନିଜ ଘର ୱିଣ୍ଡସୋରରେ ପହଞ୍ଚିଥିଲେ । ଏହି କ୍ଲିନିକରେ ସେ ୧୩ ଦିନ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.