କେରଳରେ ବିଜେପି ନେତାଙ୍କୁ ହତ୍ୟା: ୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ, PFIର ୧୫ ସଦସ୍ୟଙ୍କୁ ଫାଶୀ ଦଣ୍ଡାଦେଶ

କେରଳରେ ବିଜେପିର ଜଣେ ନେତାଙ୍କୁ ହତ୍ୟା ମାମଲାରେ କୋର୍ଟ ପାଖାପାଖି ୪ ବର୍ଷ ପରେ ରାୟ ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।

କେରଳରେ ବିଜେପିର ଜଣେ ନେତାଙ୍କୁ ହତ୍ୟା ମାମଲାରେ କୋର୍ଟ ପାଖାପାଖି ୪ ବର୍ଷ ପରେ ରାୟ ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଏହି ଘଟଣାରେ ସାମିଲ ସମସ୍ତ ଦୋଷୀ ପ୍ରତିବନ୍ଧିତ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI) ସହ ଜଡ଼ିତ ଅଛନ୍ତି ।

ବିଜେପିର ଓବିସି ଓ୍ଵିଙ୍ଗ୍‌ର ଏହି ନେତାଙ୍କ ହତ୍ୟା ମାମଲାରେ କେରଳର ଏକ କୋର୍ଟ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସମସ୍ତେ ପ୍ରତିବନ୍ଧିତ ସଙ୍ଗଠନ PFIର ସଦସ୍ୟ । କୋର୍ଟ ଶନିବାର ଏହି ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦୋଷୀମାନଙ୍କୁ ମାଭେଲିକ୍କର ଜିଲ୍ଲା କୋର୍ଟ ଦଣ୍ଡିତ କରିଛନ୍ତି ।

ଏହି ହତ୍ୟା ଘଟଣାରେ ୮ ଅଭିଯୁକ୍ତ ସାମିଲ ଥିଲେ । ଯେତେବେଳେ କି, ବାକି ଅଭିଯୁକ୍ତମାନଙ୍କୁ ଅପରାଧିକ କାର୍ଯ୍ୟକଳାପରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ଜିଲ୍ଲା କୋର୍ଟ ସମସ୍ତ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ, କେରଳରେ ବିଜେପି ଓବିସି ମୋର୍ଚ୍ଚାର ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ୨୦୨୧ ଡିସେମ୍ବର ୧୯ରେ ଜଘନ୍ୟ ଭାବେ ହତ୍ୟା କରାଯାଇଥିଲା । ହତ୍ୟାକାରୀମାନେ ଅଲାପ୍ପୁଝାରେ ନେତାଙ୍କ ଘରେ ହିଁ ତାଙ୍କ ମା’, ପତ୍ନୀ ଏବଂ ସାନ ଝିଅର ଆଖି ସାମ୍ନାରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ରଞ୍ଜିତ ପେସାରେ ଜଣେ ଓକିଲ ଥିଲେ । ଏ ସମସ୍ତ ଦୋଷୀ PFI ଏବଂ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆ (SDPI) ସହ ଜଡ଼ିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.