୨୦୦ ଦିନ ପରେ ଥିଏଟରରେ ଧମାଲ କରିବ ପୁଷ୍ପା ୨, ମେକର୍ସ ଫ୍ୟାନ୍ସଙ୍କୁ ଦେଲେ ବଡ ଅପଡେଟ୍

ଅଲ୍ଲୁ ଅର୍ଜୁନଙ୍କ 'ପୁଷ୍ପା: ଦି ରୁଲ୍' ଫିଲ୍ମକୁ ଦର୍ଶକମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ନିକଟରେ ଏହି ଫିଲ୍ମର ମେକର୍ସମାନେ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଜାନୁଆରୀ ୨୯ରେ, ମେକର୍ସମାନେ ଏକ ସ୍ପେଶାଲ ପୋଷ୍ଟର ସହିତ ଦ୍ୱିତୀୟ ଭାଗର ରିଲିଜ୍ ତାରିଖକୁ ପୁଣି ଥରେ ନିଶ୍ଚିତ କଲେ । 'ପୁଷ୍ପା ୨' ଅଗଷ୍ଟ ୧୫, ୨୦୨୪ରେ ଏକାଧିକ ଭାଷାରେ ଥିଏଟରରେ ରିଲିଜ୍ ହେବ ।

ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରୁଲ୍’ ଫିଲ୍ମକୁ ଦର୍ଶକମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ନିକଟରେ ଏହି ଫିଲ୍ମର ମେକର୍ସମାନେ ନିଜ ଫ୍ୟାନ୍ସଙ୍କୁ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଜାନୁଆରୀ ୨୯ରେ, ମେକର୍ସମାନେ ଏକ ସ୍ପେଶାଲ ପୋଷ୍ଟର ସହିତ ଦ୍ୱିତୀୟ ଭାଗର ରିଲିଜ୍ ତାରିଖକୁ ପୁଣି ଥରେ ନିଶ୍ଚିତ କଲେ । ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪ରେ ଏକାଧିକ ଭାଷାରେ ଥିଏଟରରେ ରିଲିଜ୍ ହେବ । ଫିଲ୍ମ ‘ପୁଷ୍ପା ୨’ର ପ୍ରଥମ ଭାଗ ପାଇଁ କ୍ରେଜ୍ ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ଦେଖାଯାଉଛି । ସେହିଭଳି ‘ପୁଷ୍ପା ୨’ ଦେଖିବାକୁ ମଧ୍ୟ ଫ୍ୟାନ୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ‘ପୁଷ୍ପା ୨’ର ଟ୍ରେଲର ଗତ ବର୍ଷ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ଏପ୍ରିଲ ୮ରେ ରିଲିଜ୍ ହୋଇଥିଲା ।

ଏକ ନୂତନ ପୋଷ୍ଟର ସେୟାର କରିବାବେଳେ ‘ପୁଷ୍ପା: ଦି ରୁଲ୍’ର ମେକର୍ସ ଲେଖିଛନ୍ତି,’ ଫିଲ୍ମ ୨୦୦ ଦିନ ପରେ ରିଲିଜ୍ ହେବାକୁ ଯାଉଛି । ‘ ବର୍ତ୍ତମାନ ସୁଦ୍ଧା ଫିଲ୍ମର ସୁଟିଂ ଶେଷ ହୋଇନାହିଁ । ଅଲୁ ଅର୍ଜୁନ ଅଭିନେତା ତଥା ନିର୍ଦ୍ଦେଶକ ସୁକୁମାରଙ୍କ ‘ପୁଷ୍ପା: ଦି ରୁଲ୍’ ୨୦୨୪ ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଖୁବ କମ ଦିନରେ ଶୁଟିଂ ଶେଷ ହେବାକୁ ଯାଉଛି । ଜାନୁଆରୀ ୨୯ ରେ, ପ୍ରଡକ୍ସନ୍ ହାଉସ୍ ମାଇଥ୍ରୀ ମୁଭି ମେକର୍ସ ସୋସିଆଲ ମିଡିଆ ସାଇଟ Xରେ ରିଲିଜ୍ ତାରିଖ ନିଶ୍ଚିତ କରିଛନ୍ତି ।

‘ପୁଷ୍ପା’ ଫ୍ରାଞ୍ଚାଇଜ୍ ର ପ୍ରଥମ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ ଡିସେମ୍ବର ୨୦୨୧ରେ ରିଲିଜ୍ ହୋଇଥିଲା । ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପାନ୍ ଇଣ୍ଡିଆ ରିଲିଜ୍ କରିଥିଲା । ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଅନ୍ୟପକ୍ଷରେ, ଆଜି ବି ପୁଷ୍ପା ଫିଲ୍ମର ‘ସାମି ସାମି’ ଏବଂ ‘ଉ ଆଣ୍ଟାଭା ‘ଗୀତ ଚର୍ଚ୍ଚାରେ ରହିଛି । ଫିଲ୍ମ ‘ପୁଷ୍ପା ୨’ରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ନଜର ଆସିବେ । ଫାହାଦ୍ ଫାଜିଲ୍ ଫିଲ୍ମରେ ଏକ ଦମଦାର ଭିଲିଆନ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.