‘ମୋ ମୁହଁରେ ବିରାଟ ଦିନେ ଛେପ ପକାଇଥିଲେ’ : ଡିନ୍ ଏଲଗର
ବିରାଟ କୋହଲିଙ୍କ ନାଁରେ ଅଭିଯୋଗ । ଏକ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ତାଙ୍କୁ ଛେପ ପକାଇଥିଲେ ବୋଲି ଡିନ ଏଲଗର ଅଭିଯୋଗ କରିଛନ୍ତି । ଅବଶ୍ୟ ଘଟଣାର ୨ ବର୍ଷ ପରେ ବିରାଟ ଭୁଲ ସ୍ୱୀକାର କରି କ୍ଷମା ମାଗିଥିବା କଥା ମଧ୍ୟ ଖେଳାଳି ଜଣକ କହିଛନ୍ତି ।

ବିରାଟଙ୍କ ନାଁ ଅଭିଯୋଗ କରିଛନ୍ତି ସାଉଥ ଆଫ୍ରିକାର ପୂର୍ବତନ ଖେଳାଳି ଡିନ୍ ଏଲଗର । ଏଲଗର ବିରାଟଙ୍କ ସହିତ ୨୦୧୫ରେ ହୋଇଥିବା ପ୍ରଥମ ସାକ୍ଷାତ ବିଷୟରେ କହିଛନ୍ତି । ଏକ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ତାଙ୍କୁ ଛେପ ପକାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।
ଏଲଗର ୟୁଟ୍ୟୁବ ଚ୍ୟାନେଲରେ ଖୁଲାସା କରିଛନ୍ତି । ୨୦୧୫ରେ ଏଲଗର ପ୍ରଥମ ଥର ପାଇଁ ଭାରତକୁ ଆସିଥିଲେ । ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଡିନ୍ ଏଲଗର-କୋହଲି ଏବଂ ଅଶ୍ୱିନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଏକ ଇଣ୍ଟରଭ୍ୟୁରେ ଏଲଗର କହିଛନ୍ତି ଯେ, ଭାରତରେ ସେସବୁ ପିଚ୍ ଏକ ମଜାକ୍ ଭଳି ଥିଲା । ଯେବେ ମୁଁ ବ୍ୟାଟିଂ କରିବାକୁ ଆସିଲି, ଏମିତି ଲାଗିଲା ଯେପରି ଅଶ୍ୱିନ ଏବଂ ଜାଡେଜାଙ୍କ ବିପକ୍ଷରେ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲି । ଏହି ସମୟରେ କୋହଲି ମୋ ଉପରେ ଛେପ ପକାଇଥିଲେ ବୋଲି କହିଛନ୍ତି ଏଲଗର । ବିରାଟଙ୍କୁ ଏଲଗର ବ୍ୟାଟରେ ମାରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନିଜେ ସ୍ୱୀକାର କରିଛନ୍ତି ।
View this post on Instagram
ତେବେ ବିରାଟଙ୍କ ଘନିଷ୍ଠ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଏ ବିଷୟରେ ଜାଣିବା ପରେ କୋହଲିଙ୍କ ସହ ଆଲୋଚନା କରିଥିଲେ । ତେବେ ଘଟଣାର ୨ ବର୍ଷ ପରେ ଅର୍ଥାତ୍ ୨୦୧୭-୧୮ରେ ଭାରତ ସାଉଥ ଆଫ୍ରିକା ଗସ୍ତରେ ରହି ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା । ଏହି ସମୟରେ ଏଲଗରଙ୍କୁ ଏହି ମାମଲା ପାଇଁ କ୍ଷମା ମାଗିଥିଲେ ବୋଲି ଏଲଗର ପ୍ରକାଶ କରିଛନ୍ତି ।
୩୬ ବର୍ଷୀୟ ଏଲଗର ସାଉଥ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ ମ୍ୟାଚରେ ୫୩୪୭ ରନ୍ କରିସାରିଛନ୍ତି । ଟେଷ୍ଟରେ ୧୪ଟି ଶତକ ଏବଂ ୨୩ ଅର୍ଦ୍ଧଶତକ କରିଛନ୍ତି । ସେହିଭଳି ୮ଟି ଦିନିକିଆ ଖେଳିଥିବା ବେଳେ ୧୭ ଓ୍ଵିକେଟ ନେଇଛନ୍ତି ।