ଏଣିକି ପ୍ଲେଟରେ ଛାଡିଲେ ଖାଦ୍ୟ ଦେବାକୁ ପଡିବ ଜୋରିମାନା, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

କେତେକ ଲୋକଙ୍କ ଅଭ୍ୟାସ ଯେ ଖାଇବା ଥାଳିରେ ଖାଦ୍ୟ ଛାଡିବା। ଘରେ ହେଉ କିମ୍ବା ହୋଟେଲରେ ସବୁବେଳେ ଆମେ ମାନେ ଖାଦ୍ୟକୁ ବର୍ବାଦ କରିବାର ଦେଖିଥାଉ। କିନ୍ତୁ ତାମିଲନାଡୁର ଏମିତି ଏକ ହୋଟେଲ ରହିଛି ଯେଉଁଠି ଖାଦ୍ୟ ଛାଡିଲେ ଜୋରିମାନା ଦେବାକୁ ପଡିବ। ଆଉ ଏପରି ହୁଏ ଖାଦ୍ୟ ପାଇଁ ଲୋକପ୍ରିୟ ତେଲଙ୍ଗାନାର ବାରଙ୍ଗଲ ଜିଲ୍ଲା ସ୍ଥିତ kedari food court ରେ। ଏଠାରେ ଖାଦ୍ୟ ନଷ୍ଟ କଲେ ଜୋରିମାନା ଭରିବାକୁ ପଡିଥାଏ।

ରେଷ୍ଟୁରାଣ୍ଟର ପ୍ରମୋଟର ଲିଙ୍ଗାଲା କେଦାରୀ ରେଷ୍ଟୁରାଣ୍ଟରେ ଏହି ନିୟମ ଲାଗୁ କରିଥିଲେ। ଖାସ କଥା ହେଉଛି ହୋଟେଲ ଭିତରେ ଏକ ଡିସପ୍ଲେ ବୋର୍ଡ ଳଗାଯାଇଛି। ଯେଉଁଥିରେ ସଫା ସଫା ଲେଖା ହୋଇଛି ଯେ ଯେଉଁ ଗ୍ରାହକ ନିଜ ପ୍ଲେଟରେ ଖାଦ୍ୟ ଛାଡିବ ତାଙ୍କୁ ପ୍ରତି ପ୍ଲେଟ ପିଛା ୫୦ ଟଙ୍କା ଲେଖାଏଁ ଜୋରିମାନା ଭରିବାକୁ ପଡିବ।

ନିଶ୍ଚୟ ପଢ଼ନ୍ତୁ : ହାୱଡ଼ା ବ୍ରିଜ୍ : ବିଶ୍ବର ଏକମାତ୍ର ବ୍ରିଜ୍ ଯାହାର ଉଦଘାଟନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ

କେଦାରୀ ବହୁତ ଦିନ ଧରି କେଟରିଙ୍ଗ୍ ବ୍ୟବସାୟ କରୁଛନ୍ତି। ଖାଦ୍ୟ ନଷ୍ଟ କଲେ ଜୋରିବାନା ଦେବାକୁ ହେବ ସେ ଏହି ନିୟମ ଗତ ଦୁଇ ବର୍ଷ ହେବ କଲେଣି। ହୋଟେଲ ପ୍ରବନ୍ଧକ ଏବେ ପର୍ଯ୍ୟନ୍ତ ଜୋରିମାନାରୁ ୧୪୦୦୦ ଟଙ୍କା ଏକାଠି କଲେଣି। ଲିଙ୍ଗାଲା କେଦାରୀଙ୍କ କହିବାନୁଯାୟୀ ସେ ଏହି ଟଙ୍କାକୁ ଅନାଥ ଆଶ୍ରମରେ ଦେବାକୁ ଚାହୁଁଛନ୍ତି।

କେଦାରୀ କୁହନ୍ତି ମୁଁ ଚାହୁଁଛି ଯେପରି ଖାଦ୍ୟ ନଷ୍ଟ ନ ହେଉ। ମୁଁ ତାଙ୍କ ଉପରେ ଜୋରିମାନା ଭରିବାକୁ କହୁଛି ଯେଉଁମାନେ ଖାଦ୍ୟକୁ ନଷ୍ଟ କରୁଛନ୍ତି। ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ସେ ଏହି ଯୋଜନାକୁ ଲଞ୍ଚ କରିବା ପରେ ତାଙ୍କର ବ୍ୟବସାୟ ପୂର୍ବରୁ ଅଧିକ ଉନ୍ନତି ହୋଇଛି। ପୂର୍ବରୁ ହୋଟେଲରେ ଦିନକୁ ୩୦୦ ପ୍ଲେଟ ବିକ୍ରି ହେଉଥିଲା ତାହା ବର୍ତ୍ତମାନ ବଢ଼ି ୮୦୦ ପର୍ଯ୍ୟନ୍ତ ପହଁଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.