ଜାଳିବା ପୂର୍ବରୁ ଜୀଇଁ ଉଠିଲେ, ମୃତ ଭାବି ମଶାଣିରେ ଶୁଆଇବା ପରେ ଆଖି ଖୋଲିଲେ ମହିଳା

ବ୍ରହ୍ମପୁର ସହରର ଗୁଡ୍ ସେଡ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଶ୍ମଶାନକୁ ନେଇ ଶବ ଦାହ କରିବା ସମୟରେ ମହିଳା ଜଣକ ବଞ୍ଚିଥିବା ଜଣାପଡ଼ିବା ପରେ ପୁଣି ଘରକୁ ଫେରିଛନ୍ତି ଓ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ): ରହେ ହରି ତ ମାରେ କିଏ … ବ୍ରହ୍ମପୁର ସହରର ଗୁଡ୍ ସେଡ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଶ୍ମଶାନକୁ ନେଇ ଶବ ଦାହ କରିବା ସମୟରେ ମହିଳା ଜଣକ ବଞ୍ଚିଥିବା ଜଣାପଡ଼ିବା ପରେ ପୁଣି ଘରକୁ ଫେରିଛନ୍ତି ଓ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ସହରର ଗୁଡ୍ ସେଡ୍ ଅଞ୍ଚଳର ଶିବରାମ ପାଳଙ୍କ ସ୍ତ୍ରୀ କେ.ରାଜଶ୍ବରୀ ଜାନୁଆରୀ ମାସରେ ଗ୍ୟାସରୁ ନିଆଁ ଲାଗି ପୋଡ଼ି ଗୁରୁତର ଆହାତ ହୋଇଥିଲେ।ପରେ ତାଙ୍କୁ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ତେବେ ଦୀର୍ଘ ଦିନ ଧରି ଶରୀର ଅସୁସ୍ଥ ଥିବା ବେଳେ ତାଙ୍କ ସ୍ବାମୀ ତାଙ୍କର ସେବା କରିଆସୁଥିଲେ। ଗରିବ ଓ ଅଭାବ ଅନାଟନ କାରଣଙ୍କୁ ତାଙ୍କୁ ଅଧିକା ଚିକିତ୍ସା ନ କରି ପାରି ଘରେ ରଖିଥିଲେ ।

ଗତକାଲି ରାଜେଶ୍ବରୀ ହଲଚଲ ନ ହେବାରୁ ତାଙ୍କ ମୃତ୍ୟୁ ହୋଇଥିବା ଭାବି ସ୍ବାମୀ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସ୍ଥାନୀୟ କର୍ପୋରେଟରଙ୍କ ସହୟାତାରେ ଶବଦାହ ପାଇଁ ଶ୍ମାଶନକୁ ନିଆଯାଇଥିଲା । ତେବେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହଠାତ୍ ମହିଳା ଜଣଙ୍କ ଆଖି ଖୋଲି ଖୋଲିଥିଲେ। ଏହା ଦେଖି ସେ ଜୀବିତଥିବା ଜାଣିବାକୁ ପାଇବା ପରେ ତାଙ୍କୁ ଘରକୁ ଆଣି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କାରାଯାଇଛି। ବର୍ତ୍ତମାନ ମହିଳାଙ୍କର ଚିକିତ୍ସା ଜାରୀ ରିହଛି। ଏଭଳି ଏକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲିଟିଛି ।

 

 

 

Leave A Reply

Your email address will not be published.