Below header

୧୩ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ

ଚକଲେଟ୍ ଖୁଆଇ ୧୩ବର୍ଷ ନାବାଳିକାକୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ ।

ଯାଜପୁର (କେନ୍ୟୁଜ): ଚକଲେଟ୍ ଖୁଆଇ ୧୩ବର୍ଷ ନାବାଳିକାକୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ୨୦୨୨ ମସିହା କୁଆଖିଆ ଥାନା ଅଞ୍ଚଳର ଜନୈକ ନାବାଳିକାକୁ ପ୍ରେମ ଜାଲରେ ସ୍କୁଲରୁ ଚକଲେଟ ଦେଇ ଗୋକର୍ନେଶ୍ୱର ବୁଲିବାକୁ କହି ଭୁବନେଶ୍ୱର ରେଳ ଷ୍ଟେସନ ରୁ ତାମିଲନାଡୁ ନେଇ ଜଣେ ବନ୍ଧୁଙ୍କ ଘରେ ବାରମ୍ବାର ଦୁଷ୍କର୍ମ କରିଥିଲେ।

ଏ ନେଇ କୁଆଖିଆ ଥାନାରେ ପୀଡ଼ିତାଙ୍କ ମା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରି ଯାଜପୁରର ଅତିରିକ୍ତ ଦୌରା ଜଜ ତଥା ପୋକ୍ସୋ ସ୍ବତନ୍ତ୍ର ଅଦାଲତ ୧୯ ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୩ଲକ୍ଷ ୪୦ହଜାର ଟଙ୍କା ଜରିମାନା ସହ ଅନାଦୟ ୩୧ ମାସ ଅଧିକ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଏଥି ସହ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ପୋକସୋ ବିଚାରପତି ଅଭିଜିତ ପଲାଇ ଏହି ରାୟ ପ୍ରକାଶ କରିଥିବା ବେଳେ ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.