ପଣ୍ଡ ହେଲା ATM ଲୁଟ୍ ଉଦ୍ୟମ, ଘର ମାଲିକଙ୍କ ପାଟି ଶୁଣି ଦୁର୍ବୃତ୍ତ ଫେରାର
ପଣ୍ଡ ହେଲା ATM ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚିମିଲା ସ୍ଥିତ SBI ATMରୁ ଲୁଟ୍ ବେଳେ ଘର ମାଲିକଙ୍କ ପାଟି ଶୁଣି ଦୁବୃର୍ତ୍ତଙ୍କ ଉଦ୍ୟମ ଫେଲ ମାରିଛି । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି।
ଆନନ୍ଦପୁର (କେନ୍ୟୁଜ): ପଣ୍ଡ ହେଲା ATM ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚିମିଲା ସ୍ଥିତ SBI ATMରୁ ଲୁଟ୍ ବେଳେ ଘର ମାଲିକଙ୍କ ପାଟି ଶୁଣି ଦୁବୃର୍ତ୍ତଙ୍କ ଉଦ୍ୟମ ଫେଲ ମାରିଛି । ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି।
ଗତକାଲି ରାତିରେ କିଛି ଦୁର୍ବୃତ୍ତମାନେ ATM ରେ ପଶି ଭଙ୍ଗାରୁଜା କରୁଥିବା ବେଳେ ନିକଟରେ ଥିବା ଘର ମାଲିକ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।