ଏହା ହେଉଛି ଆମର ଶିକ୍ଷା ବ୍ୟବସ୍ଥା : ସ୍କୁଲରେ ପାଠ ବଦଳରେ ମୂଲିଆ ଭଳି ଖଟୁଛନ୍ତି ପିଲା

ଆମେ ସମସ୍ତେ ସ୍କୁଲ୍ ରେ ପିଲା ମାନଙ୍କୁ ହାତରେ କଲମ ଖାତା ଧରି ପଢୁଥିବାରର, ଖେଳ ଛୁଟିରେ ସ୍କୁଲ୍ ପଡିଆରେ ଖେଳୁ ଥିବାର ଦେଖିଥାଉ । ହେଲେ ଏଠାରେ ଛୋଟ ପିଲାମାନେ କଲମ ଧରିବା ବଦଳରେ ଧରିଛନ୍ତି ଫାଉଡା, ଶାବଳ, କଡେଇ ।

ସାଲେପୁର(କେନ୍ୟୁଜ୍‌):  ସ୍କୁଲରେ ପାଠ ବଦଳରେ କାମ କରୁଛନ୍ତି ପିଲା । କିଏ ଶାବଳ ଧରି ଖୋଳୁଛି ତ କିଏ ଖୁଣ୍ଟ ଧରି ଠିଆ ହୋଇଛି, ଆଉ କିଏ ବାଲି ବୁଝାଇ ଆଣୁଛି । ଏମାନେ ପୁଣି ସଭିଏଁ ସ୍କୁଲ୍ ପୋଷାକ ପିନ୍ଧିଛନ୍ତି । ହଁ ଆଜ୍ଞା ପଦାରେ ପଡିଲା ଶିକ୍ଷକଙ୍କ ଦାୟିତ୍ୱହୀନତା ।  ସ୍କୁଲରେ ଏବେ ପିଲା ମୂଲିଆ !

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାହାଙ୍ଗା ମଣ୍ଡଳ ଶିକ୍ଷା ଅଧୀନରେରେ ଥିବା ସବଳକଣା ସରକାରୀ ଉଚ୍ଚ ବିଦ୍ୟାଳୟରେ । ଦେଖନ୍ତୁ କେମିତି ପିଲାମାନଙ୍କୁ ସିମେଣ୍ଟ ବାଲି ଗୋଡି ଫେଣ୍ଟି ଇଲେକ୍ଟ୍ରିଖୁଣ୍ଟ ପୋତିବା ପାଇଁ ଶାବଳ ଧରାଇ କାମ କରାଯାଉଛି । ଏହା ହେଉଛି ଆମର ଶିକ୍ଷା ବ୍ୟବସ୍ଥା ।

ଆମେ ସମସ୍ତେ ସ୍କୁଲ୍ ରେ ପିଲା ମାନଙ୍କୁ ହାତରେ କଲମ ଖାତା ଧରି ପଢୁଥିବାରର, ଖେଳ ଛୁଟିରେ ସ୍କୁଲ୍ ପଡିଆରେ ଖେଳୁ ଥିବାର ଦେଖିଥାଉ । ହେଲେ ଏଠାରେ ଛୋଟ ପିଲାମାନେ କଲମ ଧରିବା ବଦଳରେ ଧରିଛନ୍ତି ଫାଉଡା ଶାବଳ କଡେଇ । ପିଲାଙ୍କୁ ଏସବୁ ଧରାଇ କାମ କରାଉଛନ୍ତି ଶିକ୍ଷକ ମାନେ । ଗୋଟିଏ ପଟେ ରାଜ୍ୟ ସରକାର ସହରଠାରୁ ଆରମ୍ଭ କରି ଦୁର୍ଗମ ଅଞ୍ଚଳ ମାନଙ୍କରେ ଥିବା ସ୍କୁଲକୁ ମରାମତି କରି ସ୍ମାର୍ଟ କ୍ଲାସ ରୁମ୍ ସହିତ ଡିଜିଟାଲ ମାଧ୍ୟମରେ ପାଠପଢାଇବା ପାଇଁ କୋଟି କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରୁଥିବାବେଳେ ।

ଏପଟେ ଏହି ଚିତ୍ର ସ୍ପଷ୍ଟ କରିଦେଉଛି ଯେ ସ୍କୁଲର ରୁପାନ୍ତିକରଣ ହେଉଛି ହେଲେ ପିଲା କିନ୍ତୁ ପାଠ ପଢିବା ବଦଳରେ ଶ୍ରମିକ ମାନଙ୍କ କାମ କରୁଛନ୍ତି । ଅଭିଭାବକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ପିଲାମାନଙ୍କୁ ପାଠ ଦି ଅକ୍ଷର ପଢାଇ ମଣିଷ କରିବା ଆଶାରେ ସ୍କୁଲ ପଠାଉଛନ୍ତି, ହେଲେ ଏଠାରେ ପିଲା ପାଠ ପଢିବ କଣ ଏଭଳି ମୂଲିଆ ଭଳି ଖଟୁଛି ।

ସତରେ ଏ ଚିତ୍ର ଅତି ର୍ଦୁଭାଗ୍ୟଜନକ । ଯଦି ଏହି ପିଲାମାନଙ୍କର କିଛି କ୍ଷତି ହୁଏ, ତେବେ ଦାୟି କିଏ ରହିବେ ବିଦ୍ୟାଳୟର ଶିକ୍ଷକ ନା ଶିକ୍ଷା ବିଭାଗ? ଏହି ଘଟଣାରେ ତୁରନ୍ତ ହସ୍ତକ୍ଷପ କରି ତଦନ୍ତ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକଙ୍କ ସହିତ ବୁଦ୍ଧିଜୀବୀ ମାନେ ।