ସୁଟିଂ ସେଟ୍ରେ ଜଳିଯାଇଥିଲ ସାରାଙ୍କ ପେଟ, ରାମ୍ପ ଓ୍ଵାକ୍ରେ ଫ୍ୟାନ୍ସ ଦେଖି ହେଲେ ଆଶ୍ଚର୍ଯ୍ୟ
ସାରା ଅଲି ଖାନ ତାଙ୍କ ପର୍ସନାଲ ଲାଇଫ୍ ପାଇଁ ସର୍ବଦା ହେଡଲାଇନ୍ ରହିଥାନ୍ତି । କିନ୍ତୁ ଗତ କିଛି ମାସ ଧରି ସେ ତାଙ୍କ ପ୍ରଫେସ୍ନାଲ ଲାଇଫ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ, କିଛି ଦିନ ପୂର୍ବରୁ ସାରା ଅଲି ଖାନ୍ଙ୍କ ପେଟ ଜଳି ଯାଇଥିଲା ଏବଂ ସୋସିଆଲ ମିଡିଆରେ ଏହି କଥା ସେୟାର କଲାବେଳେ ଅଭିନେତ୍ରୀ ନିଜେ କହିଥିଲେ ଯେ ଏହି କାରଣରୁ ସେ ବହୁତ ଯନ୍ତ୍ରଣା ପାଇଛନ୍ତି । ଏବେ ବଲିଉଡର ଅଭିନେତ୍ରୀ ସାରା ଅଲି ଖାନ ଏପରି କିଛି କରିଛନ୍ତି, ଯାହା ପରେ ଲୋକମାନେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।
ଫିଲ୍ମ ‘ମର୍ଡର ମୁବାରକ’ ରିଲିଜ ହେବା ପରେ ସାରା ଅଲି ଖାନ ଏଥର ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଅଭିନେତ୍ରୀ ସାରା ଅଲି ତାଙ୍କ ପର୍ସନାଲ ଲାଇଫ୍ ପାଇଁ ସର୍ବଦା ହେଡଲାଇନ୍ ରହିଥାନ୍ତି । କିନ୍ତୁ ଗତ କିଛି ମାସ ଧରି ସେ ତାଙ୍କ ପ୍ରଫେସ୍ନାଲ ଲାଇଫ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ, କିଛି ଦିନ ପୂର୍ବରୁ ସାରା ଅଲି ଖାନ୍ଙ୍କ ପେଟ ଜଳି ଯାଇଥିଲା ଏବଂ ସୋସିଆଲ ମିଡିଆରେ ଏହି କଥା ସେୟାର କଲାବେଳେ ଅଭିନେତ୍ରୀ ନିଜେ କହିଥିଲେ ଯେ ଏହି କାରଣରୁ ସେ ବହୁତ ଯନ୍ତ୍ରଣା ପାଇଛନ୍ତି । ଏବେ ବଲିଉଡର ଅଭିନେତ୍ରୀ ସାରା ଅଲି ଖାନ ଏପରି କିଛି କରିଛନ୍ତି, ଯାହା ପରେ ଲୋକମାନେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।
ଏବେ ହୋଇଥିବା ରାମ୍ପ ଓ୍ଵାକ୍ ଇଭେଣ୍ଟରେ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ବହୁତ ସୁନ୍ଦର ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲ । କିନ୍ତୁ ଏହାର ବିଶେଷ କଥା ହେଉଛି ଅଭିନେତ୍ରୀଙ୍କ ଚେହେରା ନୁହେଁ ବରଂ ସାରା ଅଲି ଖାନଙ୍କ ଜଳିଯାଇଥିବା ପେଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ସାରା ଏକ ଗ୍ରାଏ ମୋତି ଏମ୍ବ୍ରୋଡୋରି ଲେହେଙ୍ଗା ପିନ୍ଧିଥିଲେ, ରନୱେରେ ଜଳିଯାଇଥିବା ପେଟ ସହିତ ରାମ୍ପ ଓ୍ଵାକ୍ କରିବା ଦ୍ୱାରା ସାରା ସମସ୍ତଙ୍କ ମନ ଜିତିଥିଲେ । ଏହା ଦେଖିବା ପରେ ଲୋକମାନେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି । ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ instantbollywoodରେ ସେୟାର କରାଯାଇଛି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ତେବେ ସାରା ମିଡିଆ ସହ କଥା ହେବା ସମୟରେ କହିଥିଲେ ଯେ, ‘ମୁଁ ବହୁତ ଭଲ ଅନୁଭବ କରୁଛି’ । ଏହା ସହ ବରୁଣ ମୋତେ ଭୁଝାଇଲେ ଯେ ତୁମେ ବହୁତ ଭଲ ଦେଖାଯାଉଛ ଏବଂ ମୁଁ ଭାବୁଛି ଲୋକମାନେ ମୋ ଚେହେରା ସହିତ ନୁହେଁ ବରଂ ମୋର ଭଲ କାମ ସହିତ ମତେ ଭଲ ପାଇଥାନ୍ତି । ଯାହା ମୋତେ ଆଗକୁ ଜାରି ରଖିବାରେ ଅଛି । ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସବୁଠାରୁ ମଜାଦାର ବିଷୟ ହେଉଛି ଯେ ମୁଁ ନର୍ଭସ ଥିଲି କାରଣ ଗତ କିଛି ଦିନ ହେବ ମୁଁ ଦୁଇଟି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିଲି ଏବଂ ସେହି ସମୟରେ ମୋର ପେଟ ଜଳୁଥିଲା । ସାରା ଏପରି ମଧ୍ୟ କହିଛନ୍ତି ଯେ ମୁଁ ଭାବୁଥିଲି ଯେ ରାମ୍ପରେ ମୁଁ କିପରି ସମସ୍ତଙ୍କୁ ଇମ୍ପ୍ରେସ କରିବି କିଏ ଜାଣେ । ତେବେ ଏପରି ଭାବେ ସାରା ବହୁତ ସମୟ ପର୍ଯ୍ୟନ୍ତ ସମସ୍ତଙ୍କ ସହ କଥା ହୋଇଥିଲେ ଏବଂ ନିଜ ପେଟ ଜଳିଯିବା କଥା ମଧ୍ୟ ସେୟାର କରିଥିଲେ ।
View this post on Instagram